ଧଳତଙ୍ଗଗଡ ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ।
ଧଳତଙ୍ଗଗଡ ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ।ଜଙ୍ଗଲଆଇନ ଉଲଘନ କରି ରାତିରେ ଚାଲିଛି ବଣଭୋଜି।ବନବିଭାଗ କର୍ମଚାରୀ ଙ୍କ ପ୍ରତିଦୣଢ କାର୍ଯ୍ୟନୁଷ୍ଠାନ ଦାବୀ।ରଘୁନାଥପୁର :-ଜଗତସିଂହପୁର ବନଅଧିକାରୀ ଙ୍କ ଅଧିନରେଥିବା ରଘୁନାଥପୁର ବ୍ଲକ ଅଞ୍ଚଳର ଧଳତଙ୍କଗଡ ଜଙ୍ଗଲ ହରିଣମାନଙ୍କ ମୁଖ୍ୟରହଣିସ୍ଥଳ ନାମରେ ଖ୍ୟାତିଅର୍ଜନ କରିଥିବାବେଳେ ଏଠାରେ ଅନ୍ୟଜୀବଜନ୍ତୁ ମଧ୍ୟ ଚଳପ୍ରଚଳକରୁଥିବା ଦେଖାବାକୁ ମିଳିଥାଏ।ଏହିଜଙ୍ଗଲରେ ଶାଳ,ଶାଗୁଆନ ଓ ଅନ୍ୟାନ୍ୟ ମୁଲ୍ୟବାନ ଗଛ ସହ ଫଳଜାତୀୟ ଗଛ ମଧ୍ୟରହିଛି।ଏହାର ସୁରକ୍ଷା ପାଇଁ ଜଙ୍ଗଲ ମଧ୍ୟରେ ଜଗତସିଂହପୁର ବନବିଭାଗ ପକ୍ଷରୁ ଏକ ଫରେଷ୍ଟବିଟହାଉସ ରହିଛି।ଏହି ବିଟହାଉସ ରେ କାର୍ଯ୍ୟରତ ବନକର୍ମଚାରୀ ମାନଙ୍କ କାର୍ଯ୍ୟରେ ଚରମ ଅବହେଳା ପଦର୍ଶନ କରୁଥିବା ରୁ ଅନେକ ସମୟରେ ହରିଣମାନେ ମୣତ୍ୟୁମୣତ୍ୟୁ ମୁଖରେ ପଡିବା ସହ ଅନ୍ୟ ଜୀବଜନ୍ତୁ ମାନଙ୍କ ଜୀବନ ପ୍ରତି ବିପଦ ସୣଷ୍ଟିକରିଥାଏ।ଆହୁରି ମଧ୍ୟ ଏଠାରୁ ହରିଣ ଓ ଅନ୍ୟ ଜୀବଜନ୍ତୁ ଙ୍କ ମାଂସ ବାହାରକୁ ଚାଲାଣ ହେବାର ଘଟଣା ଅନେକ ନଜୀର ରହିଛି।ଅନେକ ସମୟରେ କାଠମାଫିଆ ମାନେ ଏହାର ସୁଯୋଗ ନେଇ ଜଗଙ୍ଗଲରୁ ବହୁମୂଲ୍ୟବାନ ଗଛ କାଟିନେଉଛନ୍ତି।ଏହିଘଟଣାମାନ ଜଙ୍ଗଲ ବିଟହାଉସର କର୍ମଚାରୀମାନେ ଜାଣି ମଧ୍ୟ ସରକାର ଙ୍କ ଜଙ୍ଗଲନିୟମ କୁ ଫୁ କରି ଦେଉଥିବାର ଦେଖିବାକୁ ମିଳିଛି।ସେମାଙ୍କ ନିରବତା କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନଉଙ୍କିମାରୁଛି।ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜୀବଜନ୍ତୁମାନଙ୍କ ସୁରକ୍ଷା ଦୣଷ୍ଠିରୁ ଜଙ୍ଗଲ ପରିଷରରେ ରାତିବଣଭୋଜି କୁ ନିଷିଦ୍ଧ କରାଯାଇଛି।ଜୀବଜନ୍ତୁ ମାନଙ୍କୁ ହତ୍ୟା କିମ୍ବା ସେମାନଙ୍କୁ ବ୍ୟାଘାତ ପହଞ୍ଚାଇଲେ କଠୋର କାର୍ଯ୍ୟନୁଷ୍ଠାର ବ୍ୟବସ୍ତା ହିଥିବାବେଳ ଗତ ଡିସେମ୍ବର ୩୧ତାରିଖ ରାତିରେ କିଛିବ୍ୟକ୍ତି ଏହି ଧଳତଙ୍ଗଗଡ ଜଙ୍ଗଲପରିଷରରେ ବଣଭୋଜି କରୁଥିବା କଥା ଅଞ୍ଚଳର ବେସ ଚର୍ଚ୍ଚା ଧରିଛି।ଏହାର ଭିଡ଼ିଓ ମଧ୍ୟ ସୋଶିଆଲ ମିଡିଆରେ ଘୁରୁବୁଥିବା ଦେଖିବାକୁ ମିଳିଛି।ଏଠାରେ ବନକର୍ମଚାରୀ ମାନେ ଡିଉଟି ରେ ରହିଥିଲେବି କାହିଁକି ଏହି ଭୋଜିକୁ ବାରଣକଲେ ନାହିଁ।ନା ସେମାନଙ୍କକ ଉପରେ ଅନ୍ୟକାହା ଚାପରହିଥିଲା ତାହାତଦନ୍ତହେଲେ ଜଣାପଡିବ।ତେବେ କିଛିପରିବେଷ ବିତ ଓ ଅଞ୍ଚଳର ଜନସାଧାରଣ ଏହି ଘଟଣା ସମ୍ପର୍କ ରେ ଜିଲ୍ଲାପାଳ,ବିଭାଗୀୟ ସଚୀବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।ସେମାନେ ଅଭିଯୋଗ ରେ ଦର୍ଶାଇଛନ୍ତିଯେ ୩୧ ତାରିଖ ରାତିବଣଭୋଜିରେ ଜଗଙ୍ଗଲମଧ୍ୟରେ ହରିଣମାଂସ ବ୍ୟବହାର ହୋଇଥିବା ଓ ଏହା ବାହାରକୁ ଚାଲାଣ ହୋଇଥିବା ସନ୍ଦେହ ଜାତହୋଇଛି।ଏହାର ତଦନ୍ତ ହେବାସହ ଯେଉଁ ବନକର୍ମଚାରମାନେ ଉକ୍ତଦିନ ଡିଉଟି ରେ ଥିଲେ ସେମାନଙ୍କ ପ୍ରତି ପ୍ରଶାସନ ଦୣଢ କାର୍ଯ୍ୟାନୁଷ୍ଠାନ ନେବାସହ ରାତିରେ ଭୋଜିକରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ ଓ ଜଙ୍ଗଲ ପରିଷରରେ ବଣଭେଜିକୁ ସମ୍ପୂର୍ଣ ବନ୍ଦକରିବାପାଇଁ ଅଭିଯୋଗ କରିଛନ୍ତି।କେବଳ ଦେଖିବାକୁ ବାକିରହିଲା ପ୍ରଶାସନ କି ପଦକ୍ଷେପ ନେଉଛି।
