ଆତ୍ମନିର୍ଭରଶୀଳ ଓ ବିକଶିତ ଓଡିଶା ମୂଳ ଲକ୍ଷ ପିଏମଶ୍ରୀ ଉତ୍ସଵ
କୋଣାର୍କ, ୦୬.୦୧- କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସଵ ମଙ୍ଗଳାବର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ବିଡ଼ିଓ ଛବି ରାଣୀ ସାହୁ , କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡ଼ା, ସମାଜସେବୀ ରାମକୃଷ୍ଣ ମହାନ୍ତି, ବିଭୁଦତ୍ତ ନାୟକ, ଦେବେନ୍ଦ୍ର ସ୍ବାଇଁ, ଅଭିଜିତ ମହାନ୍ତି ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ବଢାଇ ନୂତନ ଆଶା ଓ ଆକାଂକ୍ଷା ସହ ସେମାନଙ୍କର ସାହିତ୍ୟିକ, ବୈଜ୍ଞାନିକ, ସାମାଜିକ, ବ୍ୟବହାରିକ, ବ୍ୟବସାୟିକ, ପ୍ରଯୁକ୍ତି ଜ୍ଞାନ, କ୍ରୀଡାଙ୍ଗନ ଆଦି ବୃଦ୍ଧି କରିବା ଓ ସେମାନଙ୍କୁ ବିକଶିତ ଓଡିଶା ଓ ଭାରତ ଦିଗରେ ଏବଂ ଆତ୍ମନିର୍ଭରଶୀଳ କରି ତିଆରି କରିବା ଏହି ଉତ୍ସବର ମୂଳ ଲକ୍ଷ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଭାଗିରଥୀ ପାଇକରାୟ ଓ ବନଜା ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ କମିଟି ଓ ଆଲୁମୁନି କମିଟି କର୍ମକର୍ତା ମାନେ ସହଯୋଗ କରିଥିଲେ।
