ଘୋର ଅବ୍ୟବସ୍ଥା ରେ ପାଣିପଞ୍ଚାୟତ ପକ୍ଷ ବୈଠକ ପାଳନ

Date-6/1/26-: ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହର ର ଜିରିଡାମାଳି ଠାରେ ଥିବା ପାଣିପଞ୍ଚାୟତ କେନ୍ଦ୍ର ଠାରେ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ବୈଠକ ପାଲଟିଲା ପ୍ରହସନ l ଘୋର ଅବ୍ୟବସ୍ଥା କୁ ନେଇ ଶେଷ ହୋଇଗଲା ବୈଠକ l ଜିରିଡାମାଳି ସ୍ଥିତ ପାଣି ପଞ୍ଚାୟତ କେନ୍ଦ୍ରରେ କାମାକ୍ଷାନଗର ଉପଖଣ୍ଡ ର ବିଭିନ୍ନ ପାଣି ପଞ୍ଚାୟତ ର ପ୍ରତିନିଧି ଓ ଚାଷୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ମାତ୍ର ଏହି ବୈଠକ ରେ ବିଭିନ୍ନ ପାଣିପଞ୍ଚାୟତ ର ସଭାପତି ଙ୍କ ଠାରୁ ଆରମ୍ଭ କରି ଚାଷୀ ମାନଙ୍କୁ ଜଳ ସମ୍ପଦ ବିଭାଗ ତରଫରୁ ନିମନ୍ତ୍ରଣ କରାଯାଇନଥିଲା l ଯାହାକୁ ନେଇ ସଭା ଆରମ୍ଭ ହେଉ ହେଉ ସଭା ରେ ଉପସ୍ଥିତ ଥିବା କିଛି ପାଣି ପଞ୍ଚାୟତ ର ସଭାପତି ଓ ଚାଷୀ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଘେରିଥିଲେ l ବିଭାଗୀୟ ଅଧିକାରୀ ଓ ଅନ୍ୟ ଯନ୍ତ୍ରୀ ଙ୍କ ଦାୟିତ୍ୱହୀନତା ଯୋଗୁ କାମାକ୍ଷାନଗର ରେ ଚାଷୀ ଓ ଚାଷ ର ସମସ୍ୟା ଦେଖାଯାଇଥିବା ବେଳେ ବାର୍ଷିକ ପାଣି ପଞ୍ଚାୟତ ବୈଠକ ରେ ଚାଷୀ ଙ୍କ ଅନୁପସ୍ଥିତ ଯୋଗୁ ସଭାସ୍ଥଳ ରେ ପଡ଼ିଥିବା ଚେୟାର ଗୁଡିକ ଫାଙ୍କା ରହିଥିବା ଦେଖାଯାଇଥିଲା l

Leave a Reply

Your email address will not be published. Required fields are marked *