ବିଜେପି ର ମିଶ୍ରଣ ପର୍ବ ବିଭିନ୍ନ ଦଳର କର୍ମୀମାନେ ଯୋଗଦେଲେ l
ଜଗତସିଂହପୁର – ତା ୬.୧.୨୬- ଜଗତସିଂହପୁର ଜିଲ୍ଲାର ମୁନିସିପାଲିଟି ର ୧୭ ନଂ ୱାର୍ଡର ପୌର ପରିଷଦ ସଭ୍ୟ ଦେବାଶିଷ ସ୍ୱାଇଁ ଓ ମୁନିସିପାଲିଟି ବିଧାୟକ ପ୍ରତିନିଧି ସୁଶାନ୍ତ ସ୍ୱାଇଁ, ନୂତନ ବର୍ଷ ଆରମ୍ଭରେ ଦେଉଳିଗ୍ରାମମେଶ୍ୱର ୧୭ ନଂ ୱାର୍ଡରୁଏହି ମିଶ୍ରଣ ପର୍ବ ଶୁଭାରମ୍ଭ କରିଥିଲେ l ମା ରାଢ଼ୀ ଆଣି ମନ୍ଦିର ପ୍ରାଙ୍ଗଣରେ ଅପରାହ୍ନ ୩ ଘଟିକାସମୟରେ ବିଜେପି ର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦଶ ଯୋଗଦେଇ ୧୭ ନଂ ୱାର୍ଡର ୨୦ ରୁ ଉର୍ଦ୍ଧ ବିଭିନ୍ନ ଦଳର କର୍ମୀ ମନେ ବିଜେପିରେ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରେ ଯୁବକର୍ମୀ ସ୍ୱାଧିନ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ପୂର୍ବତନ ପୌର ପରିଷଦ କୈଳାସ ଚନ୍ଦ୍ର ସେଠୀ, ବିରଞ୍ଚି ସେଠୀ, ବିମ୍ବାଧର ସେଠୀ, ଅଦୈତ ପ୍ରସାଦ ନାୟକ, ରଘୁନାଥ ଦାଶ, କାଙ୍ଗାଳି ମହାପାତ୍ର , ଏମ. ଡି ଜିଲ୍ଲାନି, ଏସକେ ଫରସାଫ, ଏସ କେ ଖଲିଲ, ପ୍ରମ୍ମୁଖ କୋଡିଏରୁ ଉର୍ଦ୍ଧ କର୍ମୀ ମନେ ବିଜେପିରେ ଯୋଗ ଦେଇଥିଲେ l କେନ୍ଦ୍ରରେ ମୋଦୀ ସରକାର ଓ ରାଜ୍ୟରେ ରେ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ନୀତି ଆଦର୍ଶରେଅନୁପ୍ରାଣିତ ହୋଇ ସାଧାରଣ ଲୋକମାନେ ସ୍ୱତପୃତଃ ଭାବେ ଯୋଗଦେଇଥିଲେ l ବିଧାୟକ ଅମରେନ୍ଦ୍ର ଦାଶ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସମସ୍ତେ ମିଳିତ ଭାବରେ ସମୂହ ସ୍ୱାର୍ଥକୁ ଆଗରେ ରଖି କାର୍ଯ୍ୟ କଲେ, ୱାର୍ଡ, ମୁନିସିପାଲିଟି, ଜିଲ୍ଲା ର ଉର୍ନ୍ନତି ହେବା ସହିତ ଦେଶର ଆଗ୍ରଗତିରେ ସହାୟକ ସାଜିବ l
