ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ଚାରୁନର୍ତନ, ପୁରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ

ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ଚାରୁନର୍ତନ, ପୁରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରେପରେ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋର୍ତିବାସ୍ତୁ ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ‘ପ୍ରାଚ୍ୟବିଦ୍ୟା’ ଆଲୋଚନାଚକ୍ର ଶ୍ରୀ ବିନୋଦ କୁନାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଶ୍ରୀ ଅନାମ ଚନ୍ଦ୍ର ସାହୁ, ଶ୍ରୀ ଚକ୍ରଧର ମହାପାତ୍ର,ଶ୍ରୀ ଶ୍ୟାମପ୍ରସାଦ ମିଶ୍ର, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ପ୍ରତିଭା ତ୍ରିପାଠୀ ଏବଂ ଶ୍ରୀ ସତ୍ୟବାଦୀ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଉଦଘାଟକ ଭାଡ ପୁସ୍ତକ ମେଳା କମିଟିର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ମୁଖ୍ୟବକ୍ତା ଡକ୍ଟର ସୈାଭାଗ୍ୟ କୁମାର ସାହୁ, ମୁଖ୍ୟ ଅତିଥି ଡକ୍ଟର ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡାଙ୍କ ରଚିତ ପୁସ୍ତକ ‘ଶ୍ରୀକ୍ଷେତ୍ରାଧିପତି’, ଶ୍ରୀକ୍ଷେତ୍ରାଧିପତି ସଂକ୍ଷିପ୍ତ ପଞ୍ଜିକା , ଓଡ଼ିଆ ଭାଗବତ ଅମୃତବାଣୀ, ଶ୍ରୀମତୀ ଗୀତାରାଣୀ ମହାପାତ୍ରଙ୍କ ପୁସ୍ତକ,,”ସମ୍ପର୍କ ‘ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଶ୍ରୀମତୀ ଗୀତାରାଣୀ ମହାପାତ୍ର, ଡକ୍ଟର ନବୀନ କୁମାର ପ୍ରଧାନ, ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, ଶ୍ରୀମତୀ କନକଲତା ଦାସ, ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପତି, ଶ୍ରୀଯୁକ୍ତ ଘନଶ୍ୟାମ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ କରାଯାଇଥିଲା। ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିବ ସୁନ୍ଦର ମିଶ୍ର । ଶେଷରେ ପ୍ରତିଭା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *