ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ: ସଶକ୍ତ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ
ଭାରତୀୟ ରେଳବାଇ ନଭେମ୍ବର ୨୦୨୫ ସୁଦ୍ଧା ଏହାର ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ ବିଦ୍ୟୁତୀକରଣ କରିଛି, ଯାହା ଏହାକୁ ବିଶ୍ୱର ସବୁଠାରୁ ବ୍ୟାପକ ବିଦ୍ୟୁତୀକରଣ ହୋଇଥିବା ରେଳ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି।ବିଦ୍ୟୁତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ସଙ୍କଳ୍ପ ଏହି ସଫଳତା ହାସଲରେ ସହାୟକ ହୋଇଛି। କାରଣ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏ ଦିଗକୁ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ୨୦୦୪ରୁ ୨୦୧୪ ମସିହା ଭିତରେ ଯେଉଁ ବିଦ୍ୟୁତୀକରଣ କାର୍ଯ୍ୟ ପ୍ରତି ଦିନ ୧.୪୨ କିଲୋମିଟର ହାରରେ ହେଉଥିଲା, ତାହା ୨୦୧୯ରୁ ୨୦୨୫ ମସିହା ଭିତରେ ଦିନକୁ ୧୫ କିଲୋମିଟରକୁ ଛୁଇଁଥିଲା। ଏହାଦ୍ୱାରା କେବଳ ଡିଜେଲ ଉପରେ ନିର୍ଭର କରୁଥିବା ଭାରତୀୟ ରେଳବାଇ, ବର୍ତ୍ତମାନ ଦ୍ରୁତ ଗତିରେ ବୈଦ୍ୟୁତିକ ଚାଳନା ପାଇଁ ଅଗ୍ରସର ହେଉଛି। ଏହା ଆଧୁନିକ ଏବଂ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ତାର ବିଛାଉଛି ତାହା ନୁହେଁ, ବରଂ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ମିଶନ ଦ୍ୱାରା ଟ୍ରେନ ଚଳାଚଳ ପୂର୍ବ ଅପେକ୍ଷା ଅଧିକ କ୍ଷୀପ୍ର ଓ ଦକ୍ଷ ହେବା ସହ ପ୍ରଦୂଷଣ ହ୍ରାସ ପାଉଛି। ପୁଣି ବିଦ୍ୟୁତୀକରଣ ମାର୍ଗରେ ଭାରତୀୟ ରେଳବାଇ ଏବେ ସୌର ଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ନଭେମ୍ବର ୨୦୨୫ ସୁଦ୍ଧା, ଭାରତୀୟ ରେଳବାଇ ଏହାର ସୌର ଶକ୍ତି କ୍ଷମତାକୁ ୮୯୮ ମେଗାୱାଟକୁ ବୃଦ୍ଧି କରିଛି, ଯାହା ୨୦୧୪ ମସିହାରେ ମାତ୍ର ୩.୬୮ ମେଗାୱାଟ ଥିଲା। ଅର୍ଥାତ୍ ଏକ ସବୁଜ ରେଳବାଇ, ନିର୍ଭରଯୋଗ୍ୟ ଶକ୍ତି ଏବଂ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଦିଗରେ ଭାରତୀୟ ରେଳବାଇର ସଂକଳ୍ପ ସ୍ପଷ୍ଟ ହେଉଛି। ଭାରତୀୟ ରେଳବାଇର ବିଦ୍ୟୁତୀକରଣର ଯାତ୍ରା ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଦେଶର ପ୍ରଥମ ବୈଦ୍ୟୁତିକ ଟ୍ରେନ୍ ୧୫୦୦ ଭୋଲ୍ଟ ଡିସି ସିଷ୍ଟମ ସହାୟତାରେ ବମ୍ବେ ଭିକ୍ଟୋରିଆ ଟର୍ମିନସ ଏବଂ କୁର୍ଲା ହାର୍ବର୍ ମଧ୍ୟରେ ଚାଲିଥିଲା। ଏହା ଏକ ଛୋଟ ପଥ ଥିଲା, କିନ୍ତୁ ଏକ ଐତିହାସିକ ପଦକ୍ଷେପ ଥିଲା ରେଳ ଯାତ୍ରାରେ ଏକ ନୂତନ ଯୁଗ ଆରମ୍ଭ କରିଥିଲା।ଏହାପରେ ରେଳବାଇକୁ ବିଦ୍ୟୁତୀକରଣ କରିବା ନିମନ୍ତେ ଉଦ୍ୟମ ଚାଲିଥିଲା। ହେଲେ ପ୍ରାରମ୍ଭିକ ଦଶକଗୁଡ଼ିକରେ ଏହାର ପ୍ରଗତି ସୀମିତ ଥିଲା। ଭାରତ ସ୍ୱାଧୀନତା ପାଇବା ବେଳକୁ ମାତ୍ର ୩୮୮ ରୁଟ୍ କିଲୋମିଟର ବିଦ୍ୟୁତୀକରଣ ହୋଇଥିଲା ଏବଂ କୋଇଲା ତଥା ଡିଜେଲ ଇଞ୍ଜିନର ପ୍ରାଧାନ୍ୟ ରହିଥିଲା। ବର୍ଷ ବର୍ଷ ଧରି ବିଦ୍ୟୁତିକରଣର ସମ୍ପ୍ରସାରଣ ଧୀର ମନ୍ଥର ହୋଇଥିଲା, କିନ୍ତୁ ପ୍ରକୃତ ପରିବର୍ତ୍ତନ ଗତ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତୀୟ ରେଳବାଇ ଏହାର କାର୍ଯ୍ୟକଳାପକୁ ଅଧିକ ସ୍ୱଚ୍ଛ ଏବଂ ଦକ୍ଷ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ୨୦୦୦ ମସିହାରେ ମୋଟ ରେଳପଥର ମାତ୍ର ୨୪ ପ୍ରତିଶତ ବିଦ୍ୟୁତୀକରଣ ହୋଇଥିବାବେଳେ, ୨୦୧୭ରେ ଏହା ୪୦ ପ୍ରତିଶତ ଏବଂ ୨୦୨୪ ଶେଷ ସୁଦ୍ଧା ୯୬ ପ୍ରତିଶତ ଅତିକ୍ରମ କରିଥିଲା।ନଭେମ୍ବର ୨୦୨୫ ସୁଦ୍ଧା, ଭାରତ ସଫଳତାର ସହ ୬୯,୪୨୭ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରିସାରିଛି, ଯାହା ସମଗ୍ର ରେଳ ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ। ଏଥିମଧ୍ୟରୁ ୪୬,୯୦୦ ରୁଟ୍ କିଲୋମିଟର କେବଳ ୨୦୧୪ ରୁ ୨୦୨୫ ମଧ୍ୟରେ ବିଦ୍ୟୁତୀକରଣ କରାଯାଇଛି।ଭାରତୀୟ ରେଳବାଇର ୭୦,୦୦୧ ରୁଟ୍ କିଲୋମିଟର ବିଶିଷ୍ଟ ବ୍ରଡ୍ ଗଜ୍ ନେଟୱାର୍କର ୯୯.୨ ପ୍ରତିଶତ ଅଂଶ ଏବେ ବିଦ୍ୟୁତୀକରଣ ହୋଇସାରିଛି। ଏହା ସହିତ ଭାରତୀୟ ରେଳବାଇ ଏବେ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣର ଦ୍ୱାରଦେଶରେ ଛିଡ଼ା ହୋଇଛି, ଯାହା ସ୍ଥାୟୀ, ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ସଫଳତା।ରାଜ୍ୟ ଅନୁସାରେ ବିଦ୍ୟୁତୀକରଣର ବିବରଣୀ ନିମ୍ନରେ ଦିଆଗଲା:ରାଜ୍ୟମୋଟ ବ୍ରଡ୍ ଗଜ୍ (ରୁଟ କିଲୋମିଟର)ବିଦ୍ୟୁତୀକରଣ ହୋଇଥିବା (ରୁଟ କିଲୋମିଟର)ବିଦ୍ୟୁତୀକରଣ ପ୍ରତିଶତ (%)ବାକି ଥିବା (ରୁଟ କିଲୋମିଟର)ରାଜସ୍ଥାନ୬,୫୧୪୬,୪୨୧୯୯%୯୩ତାମିଲନାଡୁ୩,୯୨୦୩,୮୦୩୯୭%୧୧୭କର୍ଣ୍ଣାଟକ୩,୭୪୨୩,୫୯୧୯୬%୧୫୧ଆସାମ୨,୫୭୮୨,୩୮୧୯୨%୧୯୭ଗୋଆ୧୮୭୧୭୧୯୧%୧୬ରାଜ୍ୟୱାରୀ ରେଳ ବିଦ୍ୟୁତୀକରଣ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବେ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏହି ଅଞ୍ଚଳଗୁଡ଼ିକରେ କୌଣସି ବି ବ୍ରଡ୍ ଗଜ୍ ମାର୍ଗ ବିଦ୍ୟୁତୀକରଣ ପାଇଁ ବାକି ନାହିଁ।ମାତ୍ର ୫ଟି ରାଜ୍ୟରେ କିଛି ଅଂଶରେ ବିଦ୍ୟୁତୀକରଣ କାର୍ଯ୍ୟ ଚାଲୁ ରହିଛି, ଯାହା ସମୁଦାୟ ୫୭୪ ରୁଟ୍ କିଲୋମିଟର। ଏହା ସମଗ୍ର ବ୍ରଡ୍ ଗଜ୍ ନେଟୱାର୍କର ମାତ୍ର ୦.୮ ପ୍ରତିଶତ।ରେଳ ବିଦ୍ୟୁତୀକରଣ ଭାରତର ସ୍ଥାୟୀ ପରିବହନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ରଣନୀତିର ଏକ ମୁଖ୍ୟ ଆଧାର ଭାବରେ ଉଭା ହୋଇଛି। ପରିବେଶ ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ସହିତ, ଏହା ଶକ୍ତି ସୁରକ୍ଷାକୁ ସୁଦୃଢ଼ କରେ, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରେ ଏବଂ ବିଭିନ୍ନ ଅଞ୍ଚଳରେ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରେ।ଭାରତୀୟ ରେଳବାଇ ୯୯.୨ ପ୍ରତିଶତ ବିଦ୍ୟୁତୀକରଣ ହାସଲ କରି ବିଶ୍ୱର ଅଗ୍ରଣୀ ରେଳ ନେଟୱାର୍କଗୁଡ଼ିକ ମଧ୍ୟରେ ନିଜକୁ ଦୃଢ଼ ଭାବରେ ସ୍ଥାପିତ କରିପାରିଛି। ପ୍ରମୁଖ ଅନ୍ତର୍ଜାତୀୟ ରେଳ ବ୍ୟବସ୍ଥାଗୁଡ଼ିକ ସହିତ ଏହାର ତୁଳନା କଲେ ବିଶ୍ୱସ୍ତରରେ ବିଦ୍ୟୁତୀକରଣର ସ୍ଥିତି ଏବଂ ଭାରତର ଅଦ୍ଭୁତପୂର୍ବ ପ୍ରଗତିର ଗୁରୁତ୍ୱ ସ୍ପଷ୍ଟ ଜଣାପଡ଼େ। ଅନ୍ତର୍ଜାତୀୟ ରେଳ ସଂଘ (ୟୁଆଇସି)ର ଜୁନ୍ ୨୦୨୫ ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ପ୍ରମୁଖ ଦେଶଗୁଡ଼ିକରେ ରେଳ ବିଦ୍ୟୁତୀକରଣର ସ୍ଥିତି ନିମ୍ନରେ ପ୍ରଦତ୍ତ କରାଯାଇଛି:ଦେଶରେଳ ବିଦ୍ୟୁତିକରଣ (%)ଭାରତ୯୯.୨%ସୁଇଜରଲ୍ୟାଣ୍ଡ୧୦୦%ଚୀନ୍୮୨%ସ୍ପେନ୍୬୭%ଜାପାନ୬୪%ଫ୍ରାନ୍ସ୬୦%ରୁଷିଆ୫୨%ବ୍ରିଟେନ (ୟୁକେ)୩୯%ସ୍ଥାୟୀ ଏବଂ ଦକ୍ଷ ପରିବହନ ଉପରେ ବଢୁଥିବା ଗୁରୁତ୍ୱ ସହିତ, ଭାରତୀୟ ରେଳବାଇ ଏବେ ବୈଦ୍ୟୁତିକ ଶକ୍ତିକୁ ପ୍ରାଥମିକତା ଦେଉଛି। ଏହା କେବଳ ପରିବେଶ ଅନୁକୂଳ ନୁହେଁ, ବରଂ ଡିଜେଲ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ଶସ୍ତା। ଭାରତୀୟ ରେଳବାଇର ‘ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ’ କ୍ଷେତ୍ରରେ ଦୁଇଟି ପ୍ରମୁଖ ସଫଳତା ଦେଖିବାକୁ ମିଳିଛି:୧. ସମଗ୍ର ବ୍ରଡ୍ ଗଜ୍ ନେଟୱାର୍କକୁ ମିଶନ ମୋଡ୍ରେ ବିଦ୍ୟୁତୀକରଣ କରିବା, ଯାହା ଜନସାଧାରଣଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ପରିବହନ ବ୍ୟବସ୍ଥା ନିଶ୍ଚିତ କରୁଛି। ୨. ରେଳ ଧାରଣା ପାର୍ଶ୍ୱରେ ଥିବା ବିସ୍ତୃତ ଜମିକୁ ବ୍ୟବହାର କରି ଅକ୍ଷୟ ଶକ୍ତି, ବିଶେଷ କରି ସୌର ଶକ୍ତି ଉତ୍ପାଦନ କରିବାର ରଣନୈତିକ ନିଷ୍ପତ୍ତି।ସୌର ଶକ୍ତି କ୍ଷମତାର ବ୍ୟାପକ ସମ୍ପ୍ରସାରଣ ଭାରତୀୟ ରେଳବାଇର ଅକ୍ଷୟ ଶକ୍ତି ଆଡ଼କୁ ଏହି ପରିବର୍ତ୍ତନ ଏକ ସ୍ଥାୟୀ ପରିବହନ ବ୍ୟବସ୍ଥା ଗଠନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ।ଅଦ୍ଭୁତପୂର୍ବ ଅଭିବୃଦ୍ଧି: ନଭେମ୍ବର ୨୦୨୫ ସୁଦ୍ଧା, ଭାରତୀୟ ରେଳବାଇ ୮୯୮ ମେଗାୱାଟ ସୌର ଶକ୍ତି କାର୍ଯ୍ୟକ୍ଷମ କରିଛି। ୨୦୧୪ ମସିହାରେ ଏହା ମାତ୍ର ୩.୬୮ ମେଗାୱାଟ ଥିଲା, ଯାହା ପ୍ରାୟ ୨୪୪ ଗୁଣ ଅଭିବୃଦ୍ଧିକୁ ଦର୍ଶାଉଛି।ଦେଶବ୍ୟାପୀ ସ୍ୱଚ୍ଛ ଶକ୍ତି: ବର୍ତ୍ତମାନ ଦେଶର ୨,୬୨୬ଟି ରେଳ ଷ୍ଟେସନରେ ସୌର ଶକ୍ତି ପ୍ୟାନେଲ୍ ସ୍ଥାପନ କରାଯାଇଛି।ରେଳ ବିଦ୍ୟୁତୀକରଣରେ ସୌର ଶକ୍ତିର ଭୂମିକାସୌର ଶକ୍ତି ବିଭିନ୍ନ ଉପାୟରେ ବିଦ୍ୟୁତୀକରଣ ଲକ୍ଷ୍ୟକୁ ସାହାଯ୍ୟ କରିଥାଏ:ଟ୍ରେନ୍ ଚଳାଚଳରେ ସହାୟତା: ମୋଟ ୮୯୮ ମେଗାୱାଟ ମଧ୍ୟରୁ ପ୍ରାୟ ୬୨୯ ମେଗାୱାଟ (ପ୍ରାୟ ୭୦ ପ୍ରତିଶତ) ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ବ୍ୟବହୃତ ହେଉଛି। ଏହା ଟ୍ରେନ୍ ଚଳାଇବା ପାଇଁ ପାରମ୍ପରିକ ଗ୍ରୀଡ୍ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ହ୍ରାସ କରୁଛି।ଅନ୍ୟାନ୍ୟ ଶକ୍ତି ଆବଶ୍ୟକତା: ବାକି ୨୬୯ ମେଗାୱାଟ ସୌର ଶକ୍ତି ଷ୍ଟେସନ ଆଲୋକୀକରଣ, କାର୍ଯ୍ୟାଳୟ, ୱାର୍କସପ୍ ଏବଂ ରେଳବାଇ କ୍ୱାର୍ଟର୍ସ ପାଇଁ ବ୍ୟବହୃତ ହେଉଛି। ଏହାଦ୍ୱାରା ରେଳବାଇର ଖର୍ଚ୍ଚ କମିବା ସହ ଶକ୍ତି ସୁରକ୍ଷା ବୃଦ୍ଧି ପାଉଛି।ବିଦ୍ୟୁତୀକରଣ ଆଜି ଭାରତୀୟ ରେଳବାଇର ରୂପରେଖକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ପୁରାତନ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଶକ୍ତିଶାଳୀ ନେଟୱାର୍କରେ ପରିଣତ କରିଛି। ଯେଉଁ ରେଳବାଇ ଦିନେ ମୁଖ୍ୟତଃ ଡିଜେଲ ଉପରେ ନିର୍ଭରଶୀଳ ଥିଲା, ତାହା ଆଜି ଦ୍ରୁତ ଗତିରେ ଏକ ବୈଦ୍ୟୁତିକ ନେଟୱାର୍କରେ ରୂପାନ୍ତରିତ ହେଉଛି, ଯାହା କମ୍ ଶବ୍ଦ, କମ୍ ଖର୍ଚ୍ଚ ଏବଂ ସର୍ବନିମ୍ନ କାର୍ବନ ନିର୍ଗମନ ସହିତ କୋଟି କୋଟି ଲୋକଙ୍କୁ ସେବା ଯୋଗାଇ ଦେଉଛି।ଏହା କେବଳ ଏକ ଆଧୁନିକୀକରଣ ପଦକ୍ଷେପ ନୁହେଁ, ବରଂ ଏହା ଏକ ନୂତନ ଯାତାୟାତର ପରିଚୟ। ବର୍ତ୍ତମାନ ଭାରତରେ ରେଳ ବିଦ୍ୟୁତୀକରଣ କେବଳ ଏକ ବୈଷୟିକ ଉନ୍ନତି ହୋଇ ରହିନାହିଁ; ଏହା ଏକ ଜାତୀୟ ଗୌରବର କାହାଣୀ ପାଲଟିଛି, ଯେଉଁଠାରେ ଭିତ୍ତିଭୂମି ସହିତ ଜନସାଧାରଣଙ୍କ ଆକାଂକ୍ଷାର ମିଳନ ଘଟୁଛି। ପ୍ରତ୍ୟେକ ନୂତନ ବିଦ୍ୟୁତୀକରଣ ହୋଇଥିବା ମାର୍ଗ ଆଗାମୀ ଦିନରେ ଅଧିକ କ୍ଷୀପ୍ର, ସବୁଜ ଏବଂ ସୁସଂଯୋଜିତ ଯାତ୍ରା ପାଇଁ ଏକ ପ୍ରତିଶ୍ରୁତି ସଦୃଶ।
