ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ପଞ୍ଚମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ପଞ୍ଚମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପଞ୍ଚମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ। ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିରଠାରୁ ୧୫ଜଣ ଛାତ୍ର ଶ୍ରେଣୀ ପ୍ରତିନିଧି ଠାକୁରଙ୍କ ଆଶୀର୍ବାଦ ସ୍ୱରୂପ ମଶାଲ ଶୋଭାଯାତ୍ରାରେ ଆଣି ଖେଳପଡିଆ ପରିକ୍ରମା କରିବା ପରେ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲେ ଏବଂ ବିଧିବଦ୍ଧ ଭାବରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଆଥଲେଟିକ ଆସୋସିଏସନର ଉପଦେଷ୍ଟା ବିଜୟିନୀ ଶୁଭଦର୍ଶିନୀ,ଡକ୍ଟର ପ୍ରକାଶ କୁମାର ସାହୁ, ଦୀପିକା ରାଣୀ ତୁରୁକ ଓ ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନଙ୍କ ତତ୍ବାବଧାନରେ ସୁଚାରୁରୂପେ ଖେଳକୁଦ ପରିଚାଳିତ ହୋଇଥିଲା।ଲାଠିପଡା ସରକାରୀ ବିଦ୍ୟାଳୟର ଖେଳ ପ୍ରଶିକ୍ଷକ ଶ୍ରୀକୃଷ୍ଣ ସେଠୀ ଖେଳ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଅନ୍ତିମ ଦିବସରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ଡାକୁଆ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରଶାନ୍ତ ଭଞ୍ଜ ଓ ତୁଳସୀ ବିଶ୍ଵାଳ ଏହି ଉତ୍ସବରେ ଚମ୍ପିୟାନ ହୋଇଥିଲେ।ଏହି କ୍ରୀଡ଼ା ଉତ୍ସବରେ ଗୈ।ରମୋହନ ସାହୁ,ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର,ରୀତିଶ୍ରୀ ମଲ୍ଲିକ, ଡକ୍ଟର ଅପରାଜିତା ମିଶ୍ର, ମଧୁସ୍ମିତା ମହାପାତ୍ର,ଅନୀୟ କୁମାର ସାମନ୍ତରା, ଡକ୍ଟର ଗିରିଶ ନାୟକ,ରୀନାବାଳା ଘଡେ଼ଇ,ବିଜୟ କୁମାର ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *