ସଡକ ସୁରକ୍ଷା ସଚେତନତା ପାଇଁ ବାଙ୍ଗାଲୋର ରୁ ସ୍କୁଟିରେ ଭ୍ରମଣ କରୁଛନ୍ତି ଯୁବକ ଦିବାକର ରେଡ଼ି

Date-07/01/26*ସଡକ ସୁରକ୍ଷା ସଚେତନତା ପାଇଁ ବାଙ୍ଗାଲୋର ରୁ ସ୍କୁଟିରେ ଭ୍ରମଣ କରୁଛନ୍ତି ଯୁବକ ଦିବାକର ରେଡି lଦିନକୁ ଦିନ ରାସ୍ତା ଘାଟରେ ଗାଡି ଚାଳନା ଅସୁରକ୍ଷିତ ହୋଇପଡୁଛି । ଦୁର୍ଘଟଣା ଜନ ଜୀବନ ଦୁର୍ବିସହ କରିବା ସହିତ ପରିବାର ଉଜୁଡି ଯାଉଛି । କିନ୍ତୁ ଆମେ ସଚେତନ ନ ହୋଇ ବେପରୁଆ ଗାଡିଚାଳନା ଯୋଗୁଁ ମୃତୁ ମୁଖୁରେ ଅନେକ ପଡୁଛନ୍ତି । ଜୀବନ ସୁରକ୍ଷାକୁ ଦୁଷ୍ଟିରେ ରଖି ଏକ ଜନ ସଚେତନା ପାଇଁ ସୁଦୂର କର୍ଣ୍ଣାଟକ ବାଙ୍ଗାଲୋର କୋଲର ଜିଲ୍ଲା ରୁ ଦିବାକର ରେଡି ନାମକ ଉଦୀୟମାନ ଯୁବକ ସ୍କୁଟି ଯୋଗେ ସାରା ଭାରତ ର ସବୁ ରାଜ୍ୟ ଓ ସବୁ ରାଜ୍ୟର ପ୍ରତି ଜ଼ିଲ୍ଲା ବୁଲି ସଡକ ସୁରକ୍ଷା ସଚେତନତା ବାଣ୍ଟିବା ସହିତ ଗ୍ରୀନିଜ ବୁକ ଅଫ ୱାର୍ଲଡ ରେକଡ଼ କରିବାକୁ ଲକ୍ଷ୍ୟ ରଖି ଆସି ଜଗତସିଂହପୁର ଜ଼ିଲ୍ଲାରେ ପହଂଚିଛନ୍ତି । ସେ ୧ ନଭେମ୍ବର ୨୦୨ ୩ ରୁ ବାହାରି ୨୮ ରାଜ୍ୟ ୮୦୬ ଜ଼ିଲ୍ଲା ପରିଭ୍ରମଣ କରିବା ସହିତ ୨ ଲକ୍ଷ୍ୟ କିଲୋମିଟର ଯିବାକୁ ଲକ୍ଷ୍ୟ ରଖି ବର୍ତମାନ ସୁଦ୍ଧା ୧ ଲକ୍ଷ୍ୟ ୬ କିମି ଓ ୧୯ ରାଜ୍ୟ ଅତିକ୍ରମ କରିଛନ୍ତି । ସେ ବର୍ତମାନ ସୁଦ୍ଧା ଝାଡ଼ଖଣ୍ଡ ,ୱେଷ୍ଟ ବେଙ୍ଗଲ, ଆସାମ ,ଅରୁଣାଚଳ, ମଣିପୁର, ମିଜୋରାମ,ତ୍ରିପୁରା ,ମେଘାଳୟ , ନାଗଲ୍ୟାଣ୍ଡ ,ବିହାର,ଗୁଜୁରାଟ , ମଧ୍ୟପ୍ରଦେଶ ,ଉତ୍ତରପ୍ରଦେଶ ଆଦି ଭ୍ରମଣ କରିବI ପରେ ଆସି ଓଡିଶାରେ ପହଂଚିଛନ୍ତି । ତେବେ ଜଗତସିଂହପୁର ରେ ପହଂଚିବା ପରେ ତାଙ୍କୁ ଏହି କାର୍ଯ୍ୟ ପାଇଁ ଜଗତସିଂହପୁର ବୁଦ୍ଧିଜୀବୀ ଜନସାଧାରଣ ଶୁଭେଚ୍ଛା ଦେବା ସହ ସ୍ୱାଗତ କରିଛନ୍ତି ଓ ଏଭଳି ପ୍ରୟାସ କୁ ପ୍ରଶଂସା କରିଛନ୍ତି , ଓ ଦିବାକର ରେଡିଙ୍କ ଏଭଳି ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ସହଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *