୭ମ ଆରମ୍ଭ ମହୋଛବ

ଆରମ୍ଭ ଅନୁଷ୍ଠାନ ତରଫରୁ ୭ମ ଆରମ୍ଭ ମହୋଛବ ଶ୍ରୀ କ୍ଷେତ୍ର ଲଷ୍ମୀ ୨୦୨୬ଆସନ୍ତା ୯/୧୦/୧୧ତିନି ଦିନ ଧରି ଅନୁଷ୍ଠିତହେବ

ଏହି ମହୋତ୍ସବର ମୂଳ ଲକ୍ଷ୍ୟ ହେଉଛି ଆମ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବା। ଏଥିରେ ୧୮ ଓ ୧୯ ତାରିଖ 30 ଗୋଟି ପଞ୍ଚାୟତ ଓ 32 ଗୋଟି ୱାର୍ଡ ର ବିବାହିତ ମହିଳାଙ୍କୁ ନେଇ ଆମର ଯେଉଁ ସବୁ ପ୍ରତିଯୋଗିତା ହେଇଥିଲା ସେଥିରେ ବିଜୟଲାଭ କରିଥିବା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିବା ସହିତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ବିଜୟନି ଙ୍କୁ ପୁରସ୍କୃତ କରାଯିବ। ଏହାବ୍ୟତୀତ ଆମେ ଜଣେ ସହିଦ ଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯିବ ଓ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା କିଛି ବ୍ୟକ୍ତିଙ୍କୁ ଆମେ ସମ୍ବର୍ଦ୍ଧିତ କରାଯିବ ଓ ସଂସ୍କୃତି ରେ ବିଭିର୍ନ କ୍ଷେତ୍ର ରେ ଆଗକୁ ଯାଇଥିବା ସଂସ୍କୃତି ପ୍ରେମୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ସଙ୍ଗୀତ, ଓଡ଼ିଆ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ସହିତ କୋଲକାତା ରୁ ଆସୁଥିବା କଳାକାର ଙ୍କ ଦ୍ୱାରା ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ର ଆୟୋଜନ ରହିଛି।ପୂର୍ବବର୍ଷଗୁଡ଼ିକର ସଫଳତା ଆମକୁ ଆହୁରି ଉତ୍ସାହିତ କରିଛି, ଏବଂ ଏହି ବର୍ଷର ମହୋତ୍ସବ ଆଗରୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ ହେବ ବୋଲି ଆମେ ଆଶା କରୁଛୁ। ଆରମ୍ଭ ପରିବାର ତରଫରୁ ଏବଂ ଜାନୁଆରି 9, 10 ଓ 11 ତାରିଖରେ ଆମ ୭ମ ଆରମ୍ଭ ମହୋତ୍ସବରେ ସମସ୍ତଙ୍କୁ ସାଦର ଆମନ୍ତ୍ରଣ ଜଣାଉଛୁ। ଏହି ସାମ୍ବାଦିକ ସମ୍ମିଳନୀ ରେ ଆମ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ଉପଦେଷ୍ଟା ଭରତ କୁମାର ନାୟକ, ରୁଚିସ୍ମିତା ଜଗଦେବ, ଜଗନାଥ ବସ୍ତିଆ, ନାରାୟଣ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଦେବାଶିଷ ସିଂ, ଓ ଅନୁଷ୍ଠାନ ର ସଦସ୍ୟ ଗଣେଶ୍ୱର ଦାସ, ରବୀନ୍ଦ୍ର ଆଚାର୍ଯ୍ୟ, ରାକେଶ କୁମାର ଜେନା, ସୁରଜିତ ରାଉତରାୟ, ସୋମ୍ୟରଞ୍ଜନ ମିଶ୍ର, ବିଜୟ କୁମାର ପ୍ରଧାନ, ପ୍ରଣୟ ରଣସିଂ, ଜୟକୃଷ୍ଣ ମହାପାତ୍ର, ହରେକୃଷ୍ଣ ମହାନ୍ତି, ଯୁଧିଷ୍ଠିର ବେହେରା ଉପସ୍ଥିତ ଥିଲେ.। ଏହି କାର୍ଯ୍ୟକ୍ରମ କୁ ଅଭିନେତା ସମୀର କୁମାର ଶତପଥୀ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *