ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟନ ପଡିଆରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିପାଇଁ ବାଣପୁର ପଲଟନ ପଡିଆରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା।ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଅବକାରୀ,ଆଇନି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ,ଚିଲିକା ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଦି ଯୋଗଦେଇଥିଲେ। ଏହା ସହିତ ସମଗ୍ର ଓଡିଶାର ୩୦ଟି ଜିଲ୍ଲାରେ ୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ପ୍ରଥମେ ୨୨୦୦ ବିଦ୍ୟାଳୟର ସୁଦୃଢ ପାଇଁ ୧୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଖୋର୍ଦ୍ଧା, ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର live
