ଶିଶିର ସାରସ୍ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ
ଶିଶିର ସାରସ ଚଳିତ ବର୍ଷ ଜାନୁଆରୀ ୧୦ ରୁ ୧୮ ପର୍ଯ୍ୟନ୍ତପୁରୀ ୭/୧ ଶିଶିର ସାରସ୍ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ମାସ ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷିତ ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଓରମାସ ପକ୍ଷରୁ ଆଜି ଓ ଆସନ୍ତା କାଲି ପୁରୀର ଲାଇଟହାଉସ୍ ନିକଟ ସି ବିଚ୍ରେ ଏକ ଆକାଶପତଙ୍ଗ ବା ଗୁଡି ଶୋ ଆୟୋଜିତ ହେଉଛି।। ଏହି ଆକାଶପତଙ୍ଗ ଶୋ ହେଉଛି ଶିଶିର ସାରସ୍ ମେଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରୟାସ।ଏଥିରେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓରମାସ ର ଡେପୁଟି ସିଇଓ ନିଗମ ଦାସ ପ୍ରମୁଖ ଯୋଗ ଦେଇଥିଲେ।ସିସିର ସାରସ୍ ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯେଉଁଠାରେ ୨୦ଟି ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର କଳା/ଶିଳ୍ପୀମାନେ ୩୭୫ ଟି ଷ୍ଟଲ୍ରେ ତାଙ୍କର ସର୍ବୋତ୍ତମ କଳା/ପଦାର୍ଥ ପ୍ରଦର୍ଶନ କରିବେ । ଏହା “ଭୋକାଲ୍ ଟୁ ଲୋକାଲ୍” ଭାବନାକୁ ଉତ୍ସାହିତ କରିବା ଓ “ଆତ୍ମନିର୍ଭର ଓଡ଼ିଶା” ଗଠନ ପକ୍ଷରେ ଏକ ଶକ୍ତିଶାଳୀ ପଦକ୍ଷେପ ଅଟୁଟ କରିବା ପ୍ରୟାସ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ।ରାଘୁରାଜପୁର ଚିତ୍ରକଳା, ଗୋପ ବ୍ଲକ ର ଦେଶୀ ଗାଈ ଘିଁ, ସତ୍ୟବାଦୀ ର ନଡ଼ିଆ ତେଲ, ନୀମାପଡ଼ାର ପମ୍ପଡ଼/ମିଠା/କନଫେକ୍ସନେରୀ ଓ ଚିଲିକାର ବିଶେଷ ସି ଖାଦ୍ୟ ଭଳି ଆମ ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ସିସିର ସାରସ୍ ମେଳାରେ ପ୍ରଦର୍ଶିତ ହେବ।ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚୟଭାବେ ଶିଶିର ସାରସ୍, ଭୁବନେଶ୍ୱରକୁ ପରିଦର୍ଶନ କରିବେ।ଯାହାକି କଳା, କୌଶଳ ଓ ସଂସ୍କୃତିର ଏକ ସଂଗମସ୍ଥଳ ଏବଂ ଏକ ମିନି ଭାରତର ପ୍ରତିନିଧିତ୍ବ ବୋଲି ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।
