ନିମାପଡାରେ ପାଣିପଂଚାୟତ ପକ୍ଷ ପାଳନ।
ନିମାପଡ଼ା ( ) ଓଡିଶା ସରକାର ଙ୍କ ତରଫରୁ ବାର୍ଷିକ ପାଣି ପଞ୍ଚାୟତ ପକ୍ଷ ଜାନୁଆରୀ 6ତାରିଖରୁ 20ଜାନୁଆରୀ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ନିମାପଡା ଜଳସେଚନ ବିଭାଜନ ନିମାପଡା ଠାରେ ଆଜି ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ସମାରୋହରେ ପାଳନ କରାଯାଉଛି। ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ମିନଲତାମହlନ୍ତି ସାଂସଦ ପ୍ରତିନିଧି, ନିମାପଡା ନଗର ପାଳ ସସ୍ମିତା ସାହୁ ସମ୍ମlନନୀୟା ଅତିଥି, ପୂର୍ଣ୍ଣଚନ୍ଦ୍ର ଓଝା ସାସଂଦ ପ୍ରତିନିଧି ମୁଖ୍ୟ ଵକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ 250 ପାଣିପଞ୍ଚାୟତ ସଦସ୍ୟ ମାନଙ୍କୁ ଅତିଥି ମାନେ ପାଣିପାଞ୍ଚାୟତର ଉଦେଶ୍ୟ, ସମନିତ୍ୱ କୃଷି ଓ ଜଳର ସୁ ବଣ୍ଟନ ନିମନ୍ତେ ପରାମର୍ଶ ଦେଇଥିଲେ ଓ ସହାଭାଗୀ ଜଳସେଚନ ପରିଚାଳନା ନିମିତ୍ତ ନିମାପଡା ଜଳ ସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ଶପଥ ପାଠ କରାଇଥିଲେ। ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ସମାରୋହ 2026 ଯଥାକ୍ରମେ ପରିଚାଳନା 13. ଓ 20ଜାନୁଆରୀରେ ପାଳିତହେବ ବୋଲି ଆଜିର ସମାରୋହର ସଭାପତି ଅଧିକ୍ଷଣ ଯନ୍ତ୍ରୀ ନିମାପଡା ଜଳସେଚନ ବିଭାଜନ ପ୍ରୀତମ ଚେତନ ପୋଥାଲ ସୂଚନା ଦେଇଥିଲେ। ଏବଂ ଜଳ ସଂପଦର ସୁବିନିଯୋଗ ଚାଷୀଙ୍କ ପାଇଁ ପାଣିପଞ୍ଚୟତ ସଫଳ ଉଦ୍ୟମ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଳଙ୍ଗା, ବାଲିପାଟଣା, କାକଟପୁର, ଗୋପ ଜଳ ସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ପ୍ରଧାନ, ବୈକୁଣ୍ଠ ଭୋଇ, ରାକେଶ କୁମାର ସାହୁ, ଲମ୍ବୋଦର ପାଢ଼ୀ ଉପସ୍ଥିତ ଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରିୟବ୍ରତ ପୃଷ୍ଟି ସମାରୋହରେ ଉପସ୍ଥିତ ଥିଲେ। ନିମାପଡା ଜଳ ସଂପଦ ବିଭାଗ ଏସ. ଡି. ଓ.ଶକ୍ତି ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ନିମାପଡା ଜଳ ସଂପଦ ବିଭାଗ ସହକାରୀ ଯନ୍ତ୍ରୀ ହେମାମାଳିନୀ ପତି ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ପରିଚାଳନା କରିଥିଲେ।
