ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ହେଉ

ଆମ ଓଡ଼ିଆଙ୍କ ଆରାଧ୍ୟ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଲୁଟିବା ସହ ପବିତ୍ର ପୁରୀ ଓ ସମଗ୍ର ଓଡ଼ିଶାର ଭାବମୂର୍ତ୍ତି ମଳିନ ପାଇଁ ନିଆ ଯାଇଥିବା ନିଷ୍ପତ୍ତିକୁ ମୁଁ ଦୃଢ ବିରୋଧ କରୁଛି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ନିବାସରେ ପାର୍କିଂ ପାଇଁ 18% ଜିଏସଟି ସହ 500 ଟଙ୍କା ଆଦାୟ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି l ପ୍ରଥମତଃ ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି । କଟା ଘା’ରେ ଚୂନ ସଦୃଶ ପ୍ରଥମେ ଭକ୍ତ ନିବାସ ରହିବା ଦେୟ ମହଙ୍ଗା ପରେ ପୁଣି ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରାଯାଇଛି । ସିଧାସଳଖ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଧର୍ମୀୟ ଭାବନାରୁ ପ୍ରଶାସନ ଆର୍ଥିକ ଫାଇଦା ନେବାକୁ ଚାହୁଁଛି l ନୂତନ ନିୟମ ଅନୁଯାୟୀ, ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମ ଥର ପାଇଁ ଅତି ଉଚ୍ଚ ଦରରେ ପାର୍କିଂ ଫି ଆଦାୟ କରାଯିବା ନିଷ୍ପତ୍ତି ହୋଇଛି ।

ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି । ପୁରୀରେ ଥିବା ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ ।ଶେଷରେ ଏତିକି କହୁଛି, ସେଇ ପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ l ଏପରି ନିଷ୍ପତ୍ତି ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନକୁ ପ୍ରଭାବିତ କରିବ l ତେଣୁ ପ୍ରଶାସନ ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ lସଞ୍ଜୟ କୁମାର ଦାସବର୍ମା ଉପ – ସଭାପତି, ବିଜୁ ଜନତା ଦଳ l

ସଂଜୟ କୁମାର ଦାସବର୍ମା , ଉପ-ସଭାପତି ବିଜୁ ଜନତା ଦଳ

Leave a Reply

Your email address will not be published. Required fields are marked *