ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିର ସନ୍ନିକଟ ଭୋଳାନାଥ ବିଦ୍ୟାପୀଠ ପରିସରରେ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା
ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିର ସନ୍ନିକଟ ଭୋଳାନାଥ ବିଦ୍ୟାପୀଠ ପରିସରରେ ୪ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇଥିବା ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ୮ ଜାନୁଆରୀ ଗୁରୁବାର ସନ୍ଧ୍ଯାରେ ଶ୍ରୀକ୍ଷେତ୍ରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ କବିତା ଆସର ବିଶିଷ୍ଟ ଶିକ୍ଷାବିତ ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇଂଜିନିୟର ମୀନକେତନ ମିଶ୍ରଙ୍କ ଗୀତିକବିତା ସଂକଳନ ‘ଭସା ମେଘ ମୁଁ ଯେ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡକ୍ଟର ସନ୍ତୋଷ କୁମାର ଦାଶଙ୍କୁ ‘ଅମୃତକଣ୍ଠ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ କଣ୍ଠରୁ ପ୍ରଥିତଯଶା କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଓ ପ୍ରଣବ ପଟ୍ଟନାୟକଙ୍କ ଲୋକପ୍ରିୟ ପାରମ୍ପରିକ ସଂଗୀତରେ ଶ୍ରୋତା ଅଭିଭୂତ ସୋଇଥିଲେ। ଏଥିସହିତ ଆୟୋଜିତ କବିତା ଆସରରେ ସଭାପତିତ୍ବ କରିଥିଲେ କବି ଶ୍ୟାମପ୍ରକାଶ ସେନାପତି। କବିତା ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର ଓ ପ୍ରତିଭା ଦାଶ । ଅନ୍ୟମାନଙ୍କ ମଧ୍ୟରେ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଇଞ୍ଜିନିୟର ମୀନକେତନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।।
