ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା

ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,

Leave a Reply

Your email address will not be published. Required fields are marked *