ପୁରୀ ଭିଜନ ଓ ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଆୟୋଜିତ ହେଲା ଜିଲ୍ଲା କଳାକାର ସମ୍ମିଳନୀ

ପୁରୀ ଭିଜନ ଓ ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଆୟୋଜିତ ହେଲା ଜିଲ୍ଲା କଳାକାର ସମ୍ମିଳନୀ ଏବଂ ପୁରୀ ଭିଜନ ୨୦୩୬ ଆଲୋଚନାଚକ୍ର ପୁରୀ: ତା ୧୦.୧୨୬ଅଜି ପୂର୍ବାହ୍ନରେ ପୁରୀ ସଂସ୍କୃତି ଭବନ ସଭାଗୃହରେ ଆୟୋଜିତ ହୋଇଯାଇଛି ପୁରୀ ଭିଜନ ଓ ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଜିଲ୍ଲା କଳାକାର ସମ୍ମିଳନୀ ଏବଂ ପୁରୀ ଭିଜନ ୨୦୩୬ ଆଲୋଚନାଚକ୍ର ।ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥୀ, ସାଧାରଣ ସମ୍ପାଦକ ଭାଜପା, ସମ୍ମାନିତ ଅତିଥି ଅମର କୁମାର ପଟ୍ଟନାୟକ ପୂର୍ବତନ ରାଜ୍ୟସଭା ସାଂସଦ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗଦାନନ୍ଦ, ପୂର୍ବତନ ସୂଚନା କମିଶନର, ଓଡ଼ିଶା ଏବଂ ସମ୍ମାନିତ ଅତିଥି ଭାବରେ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ବିଧାୟକ ପୁରୀ, ଡ଼ଃ କୈଳାଶ ତିକାୟତ ରାୟ, ଡ଼ଃ ଭଗବାନ ଜୟସିଂହ, ପୁରୀ ଭିଜନ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜକ ଇଂ ସୂର୍ଯ୍ୟ ନାରାୟଣ ରଥ, ରାଜ୍ୟ ସାଂସ୍କୃତିକ ପ୍ରକୋଷ୍ଠ ସହ ସଂଯୋଜକ କୃତିବାସ ରଥ , ବିଜେପି ପୁରୀ ଜିଲ୍ଲା ସଂପାଦକ ଅନିଲ କୁମାର ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମାନନୀୟ ମୁଖ୍ୟ ମନ୍ତ୍ରୀ ପୁରୀ ସହରକୁ ପୁରୀ ପୌରସଭା ରୁ ପୌରନିଗମ ଭାବେ ଘୋଷଣା କରିଛନ୍ତି। ସେଥିସହିତ ପୁରୀରେ “ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ଗବେଷଣା ଓ ସାଂସ୍କୃତିକ କେନ୍ଦ୍ର” ସ୍ଥାପନା ପାଇଁ ମଧ୍ୟ ଘୋଷଣା କରାଯାଇଛି, ଯାହା ମାଧ୍ୟମରେ ସାରା ବିଶ୍ୱରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହେବ।

ଏହି ବିକାଶ ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାର ଏଗାର ବ୍ଲକରୁ ଆସିଥିବା କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ତତ୍ସହିତ ଓଡ଼ିଶାର ମାନନୀୟ ମୁଖ୍ୟ ମନ୍ତ୍ରୀ ରାଜ୍ୟର କଳାକାର ମାନଙ୍କର ଭତ୍ତା ବୃଦ୍ଧି କରିଥିବାରୁ ପୁରୀ ଜିଲ୍ଲାର କଳାକାର ମାନଙ୍କ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ କଳାକାର କୁଳମଣୀ ବିଶ୍ବାଳଙ୍କୁ ସମ୍ମାନିତ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମ କୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ବିଦ୍ରୋହ ସିଂ, ମିନତି ରଥ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *