ଏସି ସର୍ଟ ସର୍କିଟ ରୁ ଲାଗିଲା ନିଆଁ ଅଗ୍ନିକାଣ୍ଡରୁ ରକ୍ଷା ପାଇଲା ବାଖ୍ୟାନ କେନ୍ଦ୍ର।

କୋଣାର୍କ:- କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ଆଇଓସିଏଲ ବାଖ୍ୟାନ କେନ୍ଦ୍ର ଗ୍ୟାଲେରୀରେ ବୁଧବାର ଅପରାହ୍ନରେ ଏସି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ବ୍ୟାପକ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ସଠିକ ସମୟରେ କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରି ଏକ ବଡ଼ ବିପଦରୁ ବାଖ୍ୟାନ କେନ୍ଦ୍ର ଓ ତା ମଧ୍ୟରେ ଥିବା ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ କରିଥିଲେ।

ସୂଚନାରୁ ଜଣାପଡେକି ବୁଧବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନ ଦ୍ଵାରା ପରିଚାଳିତ ବାଖ୍ୟାନ କେନ୍ଦ୍ର ଗ୍ୟାଲେରୀ ମଧ୍ୟରେ ଥିବା ସେଣ୍ଟ୍ରାଲ ଏସି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଗ୍ୟାଲେରୀ ଥିବା କର୍ମଚାରୀ ମାନେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ଲାଗିଥିବା ନିଆଁ କୁ ଆୟତ କରିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଥିଲା। ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଗ୍ୟାଲେରୀ ମଧ୍ୟରେ ଥିବା ପର୍ଯ୍ୟଟକ ମାନେ ସୁରକ୍ଷିତ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *