ବୃନ୍ଦାବତୀ ନିବାସ ରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ।
ପୁରୀ ୨୩/୧୧ ହବିଷ୍ୟାଳୀ ମା ମାନଙ୍କ ପାଇଁ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ପ୍ରତ୍ୟହ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ପାଲା, ଦାସକାଠିଆ, ସଂକୀର୍ତ୍ତନ, ଭଜନ, ନୃତ୍ୟ ଇତ୍ୟାଦି ପରିବେଷଣ କରାଯାଇଥାଏ। ଗତକାଲି ସଂଧ୍ୟାରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ପଞ୍ଚମୁଖୀ ସୁନ୍ଦରାକାଣ୍ଡ ସମିତି ପକ୍ଷରୁ ସୁନ୍ଦରାକାଣ୍ଡ ପରିବେଷଣ କରା ଯାଇଥିଲା।ବ୍ୟାସ ଓମ୍ ମହାପାତ୍ରଙ୍କ ତତ୍ବାବଧାନରେ ଏହି ଆଧ୍ୟାତ୍ମିକ ଜାଗରଣ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ଅଜୟ କୃଷ୍ଣ ଦାସ,ବିଜୟଲକ୍ଷ୍ମୀ ଦାସ,ସ୍ବୟମ ମହାପାତ୍ର, ସର୍ବେଶ୍ଵର ପଟ୍ଟନାୟକ, ବ୍ରଜବନ୍ଧୁ ପ୍ରଧାନ,ବିନାୟକ ମିଶ୍ର,ସୋମନାଥ ମହାପାତ୍ର, ଯତୀନ୍ଦ୍ର କୁମାର,ଜନାର୍ଦ୍ଦନ ଦାସ,ଅଜିତ୍ କୁମାର ଦାସ,ଗୀତାଞ୍ଜଳି ପ୍ରଧାନ, କଲ୍ୟାଣୀ ଚଉଧୁରୀ,ସୁକାନ୍ତି ସାହୁ ଓ ଶରତ ସ୍ବାଇଁପ୍ରମୁଖ ସୁନ୍ଦରାକାଣ୍ଡ ପରିବେଷଣ ରେ ସହଯୋଗ କରିଥିଲେ। ହବିଷ୍ୟାଳୀ ମା ମାନେ ଆନନ୍ଦରେ ଏହାକୁ ଉପଭୋଗ ସହ ଆଧ୍ୟାତ୍ମିକ ସଂଗୀତ ର ତାଳେ ତାଳେ ନୃତ୍ୟ କରୁଥିବା ର ଦେଖା ଯାଇଥିଲା।
