ନୂତନ ବର୍ଷରେ ନୂଆ ସଂକଳ୍ପ
ଶୀର୍ଷକ _ନୂତନ ବର୍ଷରେ ନୂଆ ସଂକଳ୍ପ
ରୀତାରାଣୀ ଦାଶ
ବାଲେଶ୍ୱର
ପ୍ରତି ସୂର୍ଯ୍ୟୋଦୟ ପୃଷ୍ଠା ଓଲଟାଏ
ନୂତନ ଅଧ୍ୟାୟ ଖୋଲଇ ଏକ
ଆନନ୍ଦ ଉଲ୍ଲାସ ବଞ୍ଚିବାର ରାହା
ଅଟଳ ପ୍ରତିଜ୍ଞା ଦୃଢ଼ ବିବେକ |
ସ୍ମରଣୀୟ କ୍ଷଣ ସମୟର ଧାରା
ପ୍ରିୟଜନ ସ୍ମୃତି ଦୃଶ୍ୟ ପଟ୍ଟରେ
କ୍ଷମା ଶ୍ରେଷ୍ଠ ଗୁଣେ ପ୍ରବାହିତ ହୋଇ
ଶ୍ରଦ୍ଧା ପ୍ରେମ ବାଣ୍ଟି ମିଠା ସ୍ୱପ୍ନରେ |
ନୂଆ ବର୍ଷ ଆଣେ ନୂତନ ଆରମ୍ଭ
କେତେ ଆଶା ସ୍ବପ୍ନ ପ୍ରତିଶ୍ରୁତିର
ଅତୀତ ଯନ୍ତ୍ରଣା ଦୂରେ ଫିଙ୍ଗି ଦେଇ
ଦୟାଦ୍ର ଧୈର୍ଯ୍ୟରେ ହୋଇବା ସ୍ଥିର |
ଲେଖନୀ ମୁନରେ ନବ ଜାଗରଣ
ସୃଜନ କରିବା ପରିବର୍ତ୍ତନେ
ସାହସ ସ୍ଥିତିରେ ଭବିଷ୍ୟତ ପନ୍ଥା
ନୀରବ ସଂକଳ୍ପ ଯେ କବିଗଣେ |
ଅନୁତାପ ଭୁଲି ବିଶ୍ୱାସେ ପୋଷଣ
ଖୋଲା ହୃଦୟରେ ପାଦ ଥାପନ୍ତି
ପ୍ରକୃତ ନୂତନ ଆରମ୍ଭରେ ଧ୍ୟାନ
ଦିବ୍ୟ ଦର୍ଶନରେ ପଥ ଦେଖାନ୍ତି |
ଆତ୍ମାର ଅନନ୍ତ ସନ୍ତୋଷ ପ୍ରାପ୍ତିରେ
ପ୍ରତିଟି ମୁହୂର୍ତ୍ତ ସୌନ୍ଦର୍ଯ୍ୟ ଭୋଗ
ଆତ୍ମର ଗୌରବ ଅକ୍ଷୁର୍ଣ୍ଣ ପାଇଁ କି
ବୃକ୍ଷ ରୋପଣଟେ କରିବା ଆଗ |
ହିଂସା ଲୋଭ ଈର୍ଷା ପଞ୍ଚ ଇନ୍ଦ୍ରିୟର
ଆକର୍ଷଣେ କେବେ ନୋହିଁବା ବନ୍ଧା
ପର ଉପକାର ପ୍ରୀତି ପସରାରେ
ଜୀବନର ଡୋର ରଖିବା ସଦା |
