ଧର୍ମଶାଳା ଠାରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳନ।

ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆୟୋଜନ କ୍ରମେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେଯାଜପୁର ପୂର୍ବତନ ସାଂସଦ ଶ୍ରୀମତୀ ରିତା ତରେଇ ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କର ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀସୁଧୀର କୁମାର ସାହୁ ଧର୍ମଶାଳା ଥାନା ଅଧିକାରୀ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ ।ଅନେକ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ଐତିହ୍ୟ ପରମ୍ପରା କୁ ନେଇ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା!ଜେନାପୁର ହାଇସ୍କୁଲ ର କ୍ରୀଡା ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି, ଅଚ୍ୟୁତ ପୁର ସ୍କୁଲ ର ସୁନିତା ସେଠି,କଏମା ହାଇସ୍କୁଲ ର ଗୀତା ମହାନ୍ତି, ନରସିଂହପୁର ସ୍କୁଲ ର ଅମର ମଣ୍ଡଳ, ମିର୍ଜାପୁର ହାଇସ୍କୁଲ ର ପୁର୍ଣିମା ପାଢ଼ୀ, ଧର୍ମଶାଳା ଆଦର୍ଶ ବିଦ୍ୟାଳୟ ର ସୁବ୍ରତ ମହାକୁଡ଼, ଜାରକା ହାଇସ୍କୁଲ ର ପାର୍ବତୀ ମିଶ୍ର ପ୍ରମୁଖ ଶିକ୍ଷକ ମାନେ ପରେଡ କୁ ପରିଚାଳନା କରିଥିଲେ l ସେହିପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l

Leave a Reply

Your email address will not be published. Required fields are marked *