ନବନିର୍ମାଣ କୃଷକ ସଂଗଠନ ର ଓଡିଶା ବନ୍ଦ ଡାକରା ସଫଳ

ନବନିର୍ମାଣ କୃଷକ ସଂଗଠନ ର ଓଡିଶା ବନ୍ଦ ଡାକରା ସଫଳ lଜଗତସିଂହପୁର – ୨୮. ୧- ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଙ୍ଘଠନ ଦ୍ୱାରା ୮ ଘଣ୍ଟିଆ ବନ୍ଦ ଡାକରା କୁ ଜନ ସମର୍ଥନ ମିଳିଛି, ଯାହାଫଳରେ ଏହି ବନ ଡାକରା ସଫଳ ହୋଇଛି l ଆଜି ସକାଳ ୮ ଘଟିକା ସମୟରେ ଚାଷୀ ମାନଙ୍କ ପୁର୍ଣ ସମର୍ଥରେ ଜିଲ୍ଲା ସଦର ମହକୁମାର ଡ଼ାକବଙ୍ଗଳା ଛକ ନିକଟରେ କୃଷକ ସଂଗଠନ ତରଫରୁ ଶାନ୍ତି ପୁର୍ଣ ବନ୍ଦ ଡାକରା ସଫଳ ହୋଇପାରିଛି l ସରକାରଙ୍କ ଚାଷୀ ମାରଣ ନୀତି, ଧାନ ବିକ୍ରୀର କଟନୀ, ଛଟଣୀ, ଦରଦାମ ବୃଦ୍ଧି, ପାଲୟୁସନ ନାମରେ ଲୋକଙ୍କୁ ଭୁତାଇ ଶୋଷଣ କରିବା ନୀତିକୁ ବିରୋଧ କରି ଆଜିର ବନ୍ଦ ଡାକରା ସଫଳ ହୋଇଛି l ଏହି ଦକରକୁ ଜନସାଧାରଙ୍କ ପୁର୍ଣ ସମର୍ଥନ ରହିଥିଲା lବାହାରଣା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ l ଜଗତସିଂହପୁର – ୨୮. ୧-ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ର ବାହାରଣା ସମବାୟ ସମିତିର ଅସ୍ଥାୟୀ ଗୃହରେ ସମବାୟ ସମିତିର ସଭାପତି ଅଜୟ କୁମାର ସାହୁ, ସରପଞ୍ଚ ମାନସରଞ୍ଜନ ପରିଡା, ସମିତି ସଭ୍ୟ ଅଭିନାରାୟଣ ମହାନ୍ତି,, ସମବାୟ ସମିତି ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି,, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ସାହୁ ଧାନମଣ୍ଡି ଉଦଘାଟନ କରିଥିଲେ, ଆଜିର ଉଦଘାଟନୀ ଉତ୍ସବରେ ଚାଷୀ ମାନଙ୍କ ମଧ୍ୟରେ ଭାଗିରଥି ସାହୁ, ସାକୁଲା ରାଉତ, ପ୍ରସନ ଦାସ, ଭୁବନେଶ୍ୱର ବିଶ୍ୱାଳ, ଶତ୍ରୁଘନ ଚଇନି, ସମରେନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ତ୍ରିପାଠୀ, ଗୋକୁଳାନନ୍ଦ ଦାସ, ଅଭୟ ଲେଙ୍କା ପ୍ରମ୍ମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *