ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ବିଶାଳ ହିନ୍ଦୁ ସମ୍ମିଳନୀ

ଶେରଗଡ ୨୮/୦୧/୨୬ ;ହିନ୍ଦୁ ସମାଜକୁ ଏକତାର ସ୍ବତ୍ରରେ ବାନ୍ଧି ରଖୁବା ଉଦ୍ଦେଶ୍ୟରେ ସାରା ହିନ୍ଦୁ ସମ୍ମିଳନୀ ସାରା ଦେଶରେ ପାଳନ କରାଯାଉଛି । ସେହିଭଳି ଗଞ୍ଜାମ ଜିଲ୍ଲାର ଶେରଗଡ ଠାରେ ଅଖଣ୍ଡ ଭାରତ ଲକ୍ଷ୍ଯରେ ହିନ୍ଦୁତ୍ବ ଜାଗ୍ରତ ନେଇ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ୨୮ତାରିଖ ବୁଧବାର ଦିନ ସକାଳ ୯ ଘଣ୍ଟା ସମୟରେ ଶେରଗଡ଼ ସ୍ଥିତ ଆଡ଼ପ ମନ୍ଦିର ଠାରେ ଏକ ହିନ୍ଦୁ ଏକତା ମହାଯଜ୍ଞ ଆୟୋଜନ କରାଯାଇଛି । ଏହି ଅବସରରେ ସକାଳ ୧୦ ଟା ସମୟରେ ଶେରଗଡ଼ ଗାଁ ଓ ଆଖ ପାଖ ଗାଁରୁ ଶତାଧିକ ମହିଳା ଏହି କଳସ ଯାତ୍ରାରେ ଯୋଗ ଦେଇଥିଲେ। ବାଜା ବାଜେଣି ଓ ସଂକୀର୍ତନ ମଣ୍ଡଳୀ ଗଙ୍ଗା ଆବାହାନ ହୋଇଥିଲା । ପବିତ୍ର ଜଳକୁ କଳସରେ ସଂଗ୍ରହକରି ନଗର ପରିକ୍ରମା କରି ଆୟୋଜିତ ସମ୍ମିଳନୀ ସ୍ଥାପନା କରିଥିଲେ । ଆମନ୍ତ୍ରିତ ହୋଇଆସିଥିବା ମହାନ ପ୍ରବକ୍ତାମାନଙ୍କ ଦ୍ବାରା ପ୍ରଦିପ ପ୍ରଜ୍ବଳିତ କରାଯାଇ ହିନ୍ଦୁମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ଜାଗରଣ ପାଇଁ ହେଉଥିବା କାର୍ଯ୍ୟ ଧାରାକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟ ରେ ” ସମଗ୍ର ହିନ୍ଦୁ ସମାଜ “ ଦ୍ୱାରା ସନାତନ ସଂସ୍କୃତି ଓ ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ଭାବରେ ଏହି ହିନ୍ଦୁ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଜୀବନ ସନ୍ୟାସୀ ଶ୍ରୀ ସତ୍ୟାନନ୍ଦ ମହାରାଜ ଯୋଗ ଦେଇଥିବା ବେଳେ ଓମ ଶାନ୍ତି ପରିବାର ପରିଚାଳନା ଶ୍ରୀ ସୁବାଶ ଚନ୍ଦ୍ର ସାହୁ ସଭାପତିତ୍ବରେ ଆମନ୍ତ୍ରିତ ରାଜା ସାହେବ ଶ୍ରୀ ପୂର୍ଣଚନ୍ଦ୍ର ସିଂହ ଦେଓ ,ମୁଖ୍ୟ ବକ୍ତା ଶ୍ରୀମାନ ରମାକାନ୍ତ ରଥ ବିଶ୍ବହିନ୍ଦୁ ପରିଷଦର

କାର୍ଯ୍ୟକାରୀ ସଦସ୍ୟ , ପୂର୍ଣାନାନ୍ଦ ସଂଘ ଗଞ୍ଜାମ ସଭାପତି ଶ୍ରୀ ସନ୍ତୋଷ କୁମାର ପାତ୍ର , ଶ୍ରୀ କୃଷ୍ଣ ଚୈତନ୍ୟ ମିଶନ ,ଶ୍ରୀ ସତ୍ୟସାଇ ଆବାହକ ଶ୍ରୀ ବିଜୟ କୁମାର ପାଣିଗ୍ରାହୀ , ଦିବ୍ୟ ଜୀବନ ସଂଘର ଶ୍ରୀ ବିପ୍ର ଚରଣ ମିଶ୍ର , ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ପ୍ରଜାପିତା ଶ୍ରୀମତୀ ଶିବକନ୍ୟା , ଗଞ୍ଜାମ ଜିଲ୍ଲା ଜ୍ଞାନ ପ୍ରଚାରକ ସନ୍ଥ ନିରାକାର ମିଶନ – ଶ୍ରୀ ରଘୁନାଥଜୀ ହିନ୍ଦୁ ସମାଜର ସୁରକ୍ଷା ଓ କର୍ତ୍ତବ୍ୟ” ବିଷୟ ଉପରେ ପ୍ରତି ସଂଗଠନ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାନ ପ୍ରବକ୍ତାମାନଙ୍କୁ ଶେରଗଡ ଅଞ୍ଚଳର ସମାଜସେବୀ କୃଷ୍ଣଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ବର୍ଷାରାଣୀ ସାହୁ ଓଡିଶାର ଆରଧ୍ଯ୍ଯ ଦେବତା ଜଗନ୍ନାଥଙ୍କ ଫୋଟ ତୈଳଚିତ୍ରକୁ ପ୍ରଦାନ କରିଥିଲେ । ଏହି ସମାବେତ ହିନ୍ଦୁ ସମ୍ମିଳନୀରେ ଦୁର୍ଗା ଚରଣ ବିଶୋଇଙ୍କ ସମତେ ବହୁ ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତରେ ଶାନ୍ତି ଶୃଙ୍ଖଳାର ବିଶ୍ବ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ବେଳେ ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ ଆଗକୁ ଥିବା ଭେଲେଣ୍ଟାଇନ ଡେ ପାଳନ ନକରି ହିନ୍ଦୁମାନଙ୍କ ଉଦ୍ଦେଶ୍ୟରେ ବିଶାଳ ହିନ୍ଦୁ ଜାଗରଣ ନେଇ ଏକ ସଭା ଆୟୋଜନ କରାଯିବା ପାଇଁ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *