ପାଞ୍ଜି କୁ ନେଇ ବିବାଦ !

ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ ହୋଇପାରିବ କି ନାହିଁ ?ଦୀର୍ଘ ବର୍ଷ ଧରି ଏହା ଉପରେ ତର୍କ ବିତର୍କ ଚାଲିଛି।ତ୍ରୁଟିଯୁକ୍ତ ପାଞ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନର କ୍ଷମତା ନାହିଁ କିମ୍ବା ଶ୍ରୀମନ୍ଦିର ଆଇନରେ ବ୍ୟବସ୍ଥା ନାହିଁ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମ ପଞ୍ଜୀକା ସମୀକରଣ ବୈଠକରେ ଏହା ସ୍ପଷ୍ଟ ହୋଇଛି 2026-27 ବର୍ଷ ପାଇଁ ପ୍ରଥମ ସମୀକରଣ ବୈଠକ ଆଜି ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ହେଁ ୫ ଟି ପଞ୍ଜିକା ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ,ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସ୍ଵୀକୃତ ଏହି ପାଞ୍ଚୋଟି ପାଞ୍ଜି ଗୋଟିଏ ପ୍ରକାର ପ୍ରସ୍ତୁତ ହୋଇଛି। ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ସଂଶୋଧନ ପରେ ଏହି ୫ ଟି ପାଞ୍ଜି ନିର୍ଭୁଲ ଓ ତ୍ରୁଟି ଶୂନ୍ୟ ହୋଇପାରିଛି। ବିଶେଷ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ଓ ପର୍ବପର୍ବାଣୀକୁ ସଂପୂର୍ଣ୍ଣ ତ୍ରୁଟି ଶୂନ୍ୟ କରାଯାଇଛି । ତେବେ ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ପାଞ୍ଜି କିଭଳି ଏହାକୁ ନିର୍ଭୁଲ ହେଵ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି। ପୂର୍ବରୁ ତ୍ରୁଟିଯୁକ୍ତ ପାଞ୍ଜି ଛାପୁଥୁବା ପାଞ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ପ୍ରଥମ ପାଞ୍ଜି ସମୀକ୍ଷା ବୈଠକରେ ପଞ୍ଜିକାର,ସେବାୟତ,ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକର୍ତ୍ତା, ଛତିଶାନିଯୋଗ ମହାନାୟକ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ତ୍ରୁଟି ସୁଧାରିବା ଏବଂ ପର୍ବପର୍ବାଣି ବିଭ୍ରାଟ ରୋକିବା ପାଇଁ ବୈଠକରେ ଆଲୋଚନା ହୋଇଛି।ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ତେବେ 2025 ମସିହାରେ ପୟାଶ୍ରାଦ୍ଧ,, ସରସ୍ୱତୀ ପୂଜା,,କାଳୀପୂଜା,,ଶିବରାତ୍ରି,, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିବା ବେଳେ ଚଳିତ 2026-27 ବର୍ଷର ତ୍ରୁଟିଶୂନ୍ୟ ତାରିଖ ଓ ତିଥିବାରକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ତେବେ ଅନେକ ପାଞ୍ଜି ବ୍ୟବସାୟିକ ମନୋବୃତ୍ତି ରଖି ଆଗୁଆ ପାଞ୍ଜି ଛାପୁଥବା ଅଭିଯୋଗ ହୋଇଛି।ବାଇଟ୍ ୧ – ପଣ୍ଡିତ ବିଶ୍ବମ୍ଭର ଦାଶ,ପୂର୍ବତନ ଉପ ସଭାପତି,ମୁକ୍ତି ମଣ୍ଡପ ପଣ୍ଡିତ ସଭା ବାଇଟ୍ ୨ – ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,ଛତିଶା ନିଯୋଗ ମହାନାୟକ ବାଇଟ୍ ୩ – ମାଧବ ପୂଜାପଣ୍ଡା,ସମ୍ପାଦକ ,ପୂଜାପଣ୍ଡା ନିଯୋଗ ବାଇଟ୍ ୪ – ପ୍ରଫୁଲ୍ଲ ମିଶ୍ର ,ସମ୍ପାଦକ ,ମୁକ୍ତିମଣ୍ଡପ ପଣ୍ଡିତ ସଭା

Leave a Reply

Your email address will not be published. Required fields are marked *