କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ ୨୦୨୬ ତୃତୀୟ ଦିନ ସାମୁହିକ ବିକାଶରେ ବ୍ରତୀ ହେବା କ୍ଲବ୍ ଗଠନର ମୁଖ୍ୟ ଉଦ୍ଦେଶ୍ୟ: ବାଚସ୍ପତି

ନୟଗଡ ତା ୨୮.୧.୨୦୨୬ ସମାଜର ଦୃତ ଉନ୍ନତି କରିବାକୁ ହେଲେ କ୍ଲବ୍ ହିଁ ଏକମାତ୍ର ଅନୁଷ୍ଠାନ|କ୍ଲବ୍ ମାଧ୍ୟମରେ ସାମୁହିକ ବିକାଶ ସମ୍ଭବ| ସଚେତନ କ୍ଲବର୍ ସମସ୍ତ ସଭ୍ୟ ନୟାଗଡ ବିକାଶର ଚାବି କାଠି ହୋଇଥିବାରୁ କେ.ସି କ୍ଲବର୍ ସମସ୍ତ ସଭ୍ୟ ମାନଙ୍କୁ କ୍ଲବର୍ ଶତବାର୍ଷିକ ପାଳନ ଅବସରରେ ସାଧୁବାଦ୍ ଜଣାଉଛି ବୋଲି କେ.ସି କ୍ଲବର୍ ଶତବାର୍ଷିକ ପାଳନ ଅବସରରେ ତୃତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ବକ୍ତବ୍ୟ ରଖିଛନ୍ତି|ଏପରିକି କ୍ଲବରେ ଥିବା ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀକୁ ଡିଜିଟାଲାଇ ଜେଶନ ଶହ କ୍ଲବର୍ ବିକାଶ ନେଇ ଅର୍ଥର ଅଭାବ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ|ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୃଦ୍ଧ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂ ଯୋଗଦେଇ ନୟାଗଡରେ ପୁନର୍ବାର ଐତିହାସିକ କେ.ସି ଚାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯିବା ନେ଼ଇ ଘୋଷଣା କରିଥିଲେ|ଅନ୍ୟତମ ସମ୍ମାନୀତ ଅତିଥି ମ୍ୟୁନିସିପାଲିଟିର ଅଧ୍ୟକ୍ଷା ନିରୁପମା ଖଟେଇ କେ.ସି କ୍ଲବର୍ ଭାଇଚାରା ଅନନ୍ୟ ଏବଂ ଆହା ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲା ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜିବୀ ରଣଜିତ୍ ଦାଶ କେ.ସି କ୍ଲବର୍ କାର୍ଯକ୍ରମ ସମଗ୍ର ଓଡ଼ିଶାରେ ଜନାଦୃତ ହୋଇଥିବାରୁ ଏହାର ବାହାକ କେ.ସି କ୍ଲବ୍ ପରିବାରକୁ ଧନ୍ୟବାଦ ଅର୍ପଣ କରିବା ସହ କ୍ଲବ୍ର ଉନ୍ନତି ପାଇଁ ସେ ସବୁବେଳେ କ୍ଲବ୍ ସହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ|ସଭାପତି ଭାଗିରଥି ଦାସ ଉକ୍ତ ସଭାରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ ସଂପାଦକୀୟ ଅଭିଭାଷଣ ରଖିଥିଲେ|ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭବାନୀ ଶଙ୍କର ଦାସ, ଯୁଗ୍ମ ସଂପାଦକ ଚନ୍ଦନ ମହାପାତ୍ର, କୋଷଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ| ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବାଚସ୍ପତି ଶ୍ରୀମତୀ ପାଢ଼ୀ ସମ୍ବର୍ଦ୍ଧିତ କରିଥିଲେ| ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ନାଗରିକ, କ୍ଲବର୍ ବର୍ଷୀୟାନ ସଭ୍ୟଙ୍କ ସମେତ କର୍ମଚାରୀ ମାନଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା| ଶେଷରେ ସଭାପତି ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା|

Leave a Reply

Your email address will not be published. Required fields are marked *