ରଘୁନାଥପୁର ବ୍ଲକ ସଭାଗୃହରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ରଘୁନାଥପୁର ତା 29/01/2026*ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାଇ ଆଜି ରଘୁନାଥପୁର ବ୍ଲକ ସଭାଗୃହରେ ଜାତୀୟ ସଡ଼କ ସୁରକ୍ଷା ମାସ ର ଗୁରୁବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ପ୍ରତିନିଧି ଭାବେ ବ୍ଲକ ବିତ୍ତ ଅଧିକାରୀ ବୈରାଗୀ ଚରଣ ସେଠି ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ରଘୁନାଥପୁର ବ୍ଲକ ର ଅଙ୍ଗନୱାଡି କର୍ମି, ଆଶା କର୍ମି ଓ ସ୍ୱୟଂସହାୟିକା କର୍ମି ମାନେ ଯୋଗଦାନ କରିଥିଲେ। ସମାଜସେବୀ ତଥା ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭା ପରିଚାଳନା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଏମ.ଭି.ଆଇ ଶ୍ରୀମତୀ ମନୋରମା ମାଝୀ ନିଜର ଅଭିଭାଷଣରେ କହିଥିଲେ ଜିଲ୍ଲାରେ ପ୍ରତେକ ଦିନ ଘଟୁଥିବା ସଡ଼କ ଦୃଘଟଣା ଜନିତ ମୃତ୍ୟୁ କୁ ପ୍ରତିହତ କରିବାକୁ ହେଲେ ଆମେମାନେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ସଡ଼କ ସୁରକ୍ଷା ଜନିତ ମାର୍ଗଦର୍ଶିକା କୁ ଅନୁସରଣ କରି ନିଜର ପରିବାରର ସଦସ୍ୟ ମାନଙ୍କୁ ସଚେତନ କରିପାରିଲେ ଦୃଘଟଣା କୁ ନିଶ୍ଚିନ୍ତ ଆମେ ଏଡାଇଦେଇ ପରିବା। ମୁଖ୍ୟବକ୍ତା ଭାବେ ଏମ. ବି.କେ ଶ୍ରୀମତୀ ରସନାରାଣୀ ସ୍ୱାଇଁ,ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ରଘୁନାଥପୁର ଥାନାର ଏ.ଏସ.ଆଇ ରଞ୍ଜିତ କୁମାର ରାଉତ, ବ୍ଲକ କୋଷାଧକ୍ଷ ଭାବେଶ କୁମାର ବେହେରା ଯୋଗଦେବା ସହ ପ୍ରତେକ ଦିନ ରାଜପଥରେ ଘଟୁଥିବା ସଡ଼କ ଦୃଘଟଣା କୁ କିପରି ରୋକାଯାଇ ପାରିବ ସଡ଼କ ସୁରକ୍ଷା ଉପରେ ନିଜ ନିଜର ଅଭିଭାଷଣ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଛାସେବୀ ବିପିନ କୁମାର ବରାଳ,ବିନୋଦ କୁମାର ବରାଳ,ସୁଲେଖ ବେହେରା ଉପସ୍ଥିତ ଥିଲେ। ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ,ଅଙ୍ଗନୱାଡି କର୍ମି, ଆଶାକର୍ମୀ ଓ ସ୍ୱୟଂ ସହାୟିକା ମାନଙ୍କୁ ସମାଜସେବୀ ଡକ୍ଟର ବେହେରା ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *