ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କୁ ନେଇ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି

ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଚେକିଂ ଓ ସତର୍କତା ଅଭିଯାନ ଚାଲାଯାଇଛି। ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ବିଶେଷକରି ହୋଟେଲ ଓ ଲଜ୍ ଗୁଡ଼ିକୁ ନଜରରେ ରଖି ପୁଲିସ ଚେକିଂ କାର୍ଯ୍ୟ ସଂପାଦନ କରିଛନ୍ତି। ଏହି ବିଶେଷ ଅଭିଯାନଟି ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଚାଲିଥିଲା। ତାଙ୍କ ସହ ସମନ୍ୱୟରେ ସୀବିଚ ଥାନା ଆଇଆଇସି, ବାଲିଆପାଣ୍ଡା ଥାନା ଆଇଆଇସି, ଟାଉନ ଥାନା ଆଇଆଇସି, ବାସେଳୀସାହି ଆଇଆଇସି ଏବଂ କୁମ୍ଭାରପଡା ଥାନା ଆଇଆଇସି ଓ ସେମାନଙ୍କର ପୋଲିସ ଷ୍ଟାଫ ରାତି ସମୟରେ ବିଭିନ୍ନ ହୋଟେଲରେ ଅଚମ୍କା ଚେକିଂ କରିଥିଲେ। ଚେକିଂର ଉଦ୍ଦେଶ୍ୟ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସହରର ସୁରକ୍ଷା ସ୍ଥିତି ସର୍ବୋଚ୍ଚ ସ୍ତରରେ ରହିବା ନିଶ୍ଚିତ କରିବା ହେଉଛି ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ପୁରୀ ଏକ ଜାତୀୟ ଓ ଆନ୍ତର୍ଜାତୀୟ ମାନଚିତ୍ରରେ ପରିଚିତ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ଥିବାରୁ, ଏଠାରେ ବହୁ ସଂଖ୍ୟକ ଭକ୍ତ, ପର୍ଯ୍ୟଟକ ଓ ଅତିଥିମାନେ ରହୁଛନ୍ତି।ସେହିପରିସ୍ଥିତିରେ, ସହରରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ଅବୈଧ କାର୍ଯ୍ୟକଳାପ ହେଉନାହିଁ ବୋଲି ପୂର୍ବ ହୁସିଆରୀ ଭାବେ ଏହି ତଦନ୍ତ କାର୍ଯ୍ୟ କରାଯାଇଛି। ଯେପରିକି ହୋଟେଲ ରେଜିଷ୍ଟର ଓ ଗେଷ୍ଟ ଏଣ୍ଟ୍ରି ବିବରଣୀ, ରହୁଥିବା ଅତିଥିମାନଙ୍କର ପରିଚୟ ପତ୍ର ଯାଞ୍ଚ, ସିସିଟିଭି କ୍ୟାମେରା ସଠିକ୍ ଭାବେ କାମ କରୁଛି କି ନାହିଁ, ସନ୍ଦିଗ୍ଧ ବ୍ୟକ୍ତି ବା ଚଳଚଳା ଉପରେ ନଜର, ହୋଟେଲ ପରିସରର ସୁରକ୍ଷା ବ୍ୟବସ୍ଥା, କିଛି ହୋଟେଲରେ ରେକର୍ଡ ଠିକ୍ ଭାବେ ରଖାଯାଇନଥିବା ଦେଖାଯାଇଥିଲା। ସେମାନଙ୍କୁ କଡା ସତର୍କବାଣୀ ଦିଆଯାଇଥିଲା ଏବଂ ତତ୍କ୍ଷଣାତ୍ ସଠିକ୍ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହୋଟେଲ ମାଲିକ ଓ ପ୍ରବନ୍ଧକମାନଙ୍କୁ ଆଗାମୀ ଦିନରେ ସମସ୍ତ ଅତିଥିଙ୍କର ଠିକ୍ ପରିଚୟ ଯାଞ୍ଚ କରିବା ଓ ରେକର୍ଡ ସଂରକ୍ଷଣ କରିବାକୁ କହାଯାଇଛି। ସୁରକ୍ଷା ପ୍ରତି ପୁରୀ ପୋଲିସର ସଂକଳ୍ପପୁରୀ ଜିଲ୍ଲା ପୋଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧ। ମାନ୍ୟବର ରାଷ୍ଟ୍ରପତିଙ୍କ ଭ୍ରମଣ ସମୟରେ ସହରରେ କୌଣସି ଅନିଷ୍ଟ ଘଟଣା ନ ଘଟେ ଏବଂ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁସଂଘଟିତ ଭାବେ ସମ୍ପନ୍ନ ହେଉ, ଏହା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ସହରରେ ନିୟମିତ ପେଟ୍ରୋଲିଂ, ଚେକ୍ ପୋଷ୍ଟ ତଦନ୍ତ, ଡଗ୍ ସ୍କ୍ୱାଡ଼ ଓ ବମ୍ବ ସ୍କ୍ୱାଡ଼ ମୋତାୟନ, ସହିତ ଇଣ୍ଟେଲିଜେନ୍ସ ନଜରଦାରୀକୁ ଆହୁରି ଜୋରଦାର କରାଯାଇଛି।ସାଧାରଣ ଲୋକଙ୍କୁ ଅନୁରୋଧପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ମାଲିକ, ଲଜ୍ ପ୍ରବନ୍ଧକ ଓ ସହରବାସୀଙ୍କୁ ଅନୁରୋଧ କରାଯାଉଛି କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାନ୍ତୁ ହୋଟେଲରେ ଅତିଥିଙ୍କ ପରିଚୟ ପତ୍ର ଅବଶ୍ୟକ ଭାବେ ଯାଞ୍ଚ କରନ୍ତୁସିସିଟିଭି କ୍ୟାମେରା ସଚଳ ରଖନ୍ତୁସୁରକ୍ଷା ନିୟମ ମାନି ପୋଲିସକୁ ସହଯୋଗ କରନ୍ତୁ। ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଦେଶ ପାଇଁ ଗୌରବର ବିଷୟ। ଏହି ଅବସରରେ ପୁରୀ ସହରର ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ସଜାଗ ଓ ପ୍ରତିବଦ୍ଧ ଅଛି। ଏପରି ତଦନ୍ତ ଓ ସତର୍କତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତଙ୍କ ସହଯୋଗ କାମନା କରୁଛି ଯାହାଦ୍ୱାରା ଏହି ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ସମ୍ପନ୍ନ ହେବ।

Leave a Reply

Your email address will not be published. Required fields are marked *