ପଳାଷୋଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ଉତ୍ସବ

Date-30/01/26 ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଳାଷୋଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ ପ୍ରଭାତ କୁମାର ମହାପାତ୍ର, ପ୍ରତିଷ୍ଠାତା ସମ୍ପାଦକ ଆଶୁତୋଷ ବିଶ୍ୱାଳ, ଗୋଲକ ମହାରଣା ଓ ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ତେବେ ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗ୍ରାମାଞ୍ଚଳରେ ସରସ୍ୱତୀ ଶିଶୁ ମନ୍ଦିର ରେ ଗୁଣାତ୍ମକ ଶିକ୍ଷା ଓ ସଂସ୍କାର ମୂଳକ ଶିକ୍ଷା ଦାନ କୁ ଉଚ୍ଚ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ପରେ ରଜତ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *