ନୂତନ ଧାନ ମଣ୍ଡିର ଶୁଭ ଉଦ୍ଘାଟନ।
ରଘୁନାଥପୁର —ତା:-୩୦:୧:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବରାଗୋଳ ଗ୍ରାମ ପଞ୍ଚାୟତ ରେ ଆଜି ଦିବା ୧୧ଘଟିକା ସମୟରେ ଇଶାଣେଶ୍ବର କୃଷି ସମବାୟ ସେବା ସମିତି ର ଧାନ ମଣ୍ଡିର ଶୂଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସେକ୍ରେଟାରୀ ଶାରଦା ପ୍ରଶ୍ନନ ଦାସ , ନୋଡାଲ ଅଧିକାରୀ କୁଞ୍ଜବିହାରୀ ପ୍ରଧାନ,ବରାଗୋଳ ସରପଞ୍ଚ ଜୟନ୍ତୀ ଦାସ , ସମିତି ସଭ୍ୟ ଜିତେନ୍ଦ୍ର ମଲିକ, ସମବାୟ ସମିତିର ସଭାପତି ସବିତା ଦଳାଇ ଏବଂ ବୋର୍ଡ ସଭ୍ୟ ନବକିଶୋର ମଲ୍ଲିକ, ହୃଷିକେଶ ଦାସ, ରବିନ୍ଦ୍ରନାଥ ପଣ୍ଡା, ଭାସ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମ କୁ ସହୋଯୋଗ କରିଥିଲେ ପ୍ରଦିପ କୁମାର ସ୍ୱାଇଁ ଏବଂ ନିରଞ୍ଜନ ଦାସ। ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମରେ ଉକ୍ତ ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ।
