ପୁରୀ ଯୋଗଜିଲ୍ଲା ପାଳିଲା ବସନ୍ତ ଉତ୍ସବ ।
ଭାରତୀୟ ଯୋଗ ସଂସ୍ଥାନର ପୁରୀ ଯୋଗଜିଲ୍ଲା ଦ୍ଵାରା ଆୟୋଜିତ ପ୍ରଥମ ବସନ୍ତ ଉତ୍ସବ ପୁରୀ ର ମାଁ ମଙ୍ଗଳା କଲ୍ୟାଣ ମଣ୍ଡପ ରାମିତୋଟା, ମାଟିତୋଟା ରେ ଅତ୍ୟନ୍ତ ହର୍ଷ ଉଲ୍ଲାସ ସହ ପାଳନ କରାଗଲା । ଯୋଗଜିଲ୍ଲା ପ୍ରଧାନ ମନମୋହନ ମହାପାତ୍ର ଙ୍କ ସଭାପତିତ୍ଵରେ ଏହି ଉତ୍ସବ ରେ ଅତିଥି ରୂପେ ସମାଜସେବୀ ଅର୍ଜୁନ ପାତ୍ର, ଯୋଗଜିଲ୍ଲା ଉପଦେଷ୍ଟା ଵିବି ରାମ ସ୍ବାଇଁ, ଯୋଗଜିଲ୍ଲା ମନ୍ତ୍ରୀ ସଦାଶିବ ଦାସ, ଯୋଗଜିଲ୍ଲା ସଙ୍ଗଠନ ମନ୍ତ୍ରୀ ନିରଞ୍ଜନ ରାଉତ ଯୋଗଦେଇଥିଲେ । ସୁକାନ୍ତ କୁମାର ସ୍ଵାଇଁ ମଞ୍ଚ ପରିଚାଳନା କରିଥିବା ଵେଳେ ତ୍ରୀଲୋଚନ ସାହୁ, ବିଦ୍ଯାଧର ପରିଡା, ମାନସ ମହାପାତ୍ର ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ । ଶ୍ରବଣ ପ୍ରାଧାନ ବିବରଣୀ ପାଠ କରିଥିଲେ । ଯୋଗ କେନ୍ଦ୍ରର ପ୍ରମୁଖ ସଂସ୍ଥାନର ମେରୁଦଣ୍ଡ, ବର୍ଷ ର 365 ଦିନ ନିଷ୍କାମ ନିଶୁଳ୍କ ସେବା ଦ୍ୱାରା ସଂସ୍ଥାନକୁ ପରିଚାଳନା କରିଥାନ୍ତି।ସେହି ପ୍ରମୁଖ ମାନଙ୍କୁ ସମ୍ମାନିତ କରିବା ପାଇଁ ବସନ୍ତ ଉତ୍ସବ ପାଳନ କରାଯାଏ।

ଉତ୍ସବ ମାଧ୍ୟମ ରେ ପୁରୀ ଯୋଗ ଜିଲ୍ଲାର 8 ଟି କେନ୍ଦ୍ର ପ୍ରମୁଖ ମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଦ୍ବାରା ସମ୍ମାନୀତ କରାଯାଇଥିଲା। କେନ୍ଦ୍ର ପ୍ରମୁଖ ର ମହତ୍ତ୍ୱ ଓ କର୍ତ୍ତବ୍ୟ ବିଷୟରେ ଚର୍ଚ୍ଚା କରାଗଲା। ସବୁ କେନ୍ଦ୍ର ର ସାଧକ, ସାଧିକା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଵେଷଣ କରାଗଲା।ଶତାଧିକ ରୁ ଉର୍ଦ୍ଧ ଜନ ସମାବେଶ ହୋଇଥିଲା। କାର୍ଯ୍ୟକ୍ରମ ର ଆରମ୍ଭ ଗାୟତ୍ରୀ ମନ୍ତ୍ର ଓ ଦୀପପ୍ରଜ୍ଵଳନ ଦ୍ବାରା କରାଯାଇଥିଲା। ସୁଶାନ୍ତ ମହାପାତ୍ର, ସଂଯୁକ୍ତା ମହାନ୍ତି, ଦୁର୍ଯ୍ୟୋଧନ ବିଶ୍ଵାଳ ଓ ରବିନ୍ଦ୍ର ମହାନ୍ତି ଯୋଗଭ୍ଯାସ କରାଇଥିଲେ । ଶାନ୍ତିପାଠ ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ଶେଷ ହୋଇଥଲା। ଶେଷରେ ଦେବଦତ୍ତ ଷଡଙ୍ଗୀ ଧନ୍ଯବାଦ ଦେଇଥିଲେ ।
