କୋଣାର୍କରେ କାଜୁ ଗୋଦାମରେ ଚଢଉ; ଥାନାରେ ୩ ଅଟକ ।

କୋଣାର୍କ,୩୦।୧- ଅସାଧୁ ବ୍ୟବସାୟୀମାନେ ପର୍ଯ୍ୟଟନସ୍ଥଳୀ କୋଣାର୍କରେ କାଜୁ ପ୍ୟାକେଟରେ ନକୁଳ ଦାନା ଓ ନିମ୍ନମାନର କାଜୁ ବିକ୍ରି ହେଉଥିବା ନେଇ ଖବର ପ୍ରକାଶନ ପରେ କୋଣାର୍କ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି। ଶୁକ୍ରବାର ଅପରାହ୍ନରେ ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀଙ୍କ ନେତୃତ୍ୱରେ କୋଣାର୍କ ଆଇଆଇସି ପୂର୍ଣଚନ୍ଦ୍ର ସେଠୀ, ସବ୍ ଇନ୍ସପେକ୍ଟର କେଦାର ଡୋରା, ଏଏସଆଇ ସୁଭାସୀନ ସାହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ନିକଟ ଏକ ଗୋଦାମରେ ଚଢଉ କରିଥିଲେ। ଏହି ଗୋଦାମରୁ କ୍ଵିଣ୍ଟାଲ କ୍ବିଣ୍ଟାଲ କାଜୁ, ପ୍ୟାକିଙ୍ଗ ମେସିନ, ଓଜନ ମେସିନ, ୨ବସ୍ତା ରାମଦାନା ଜବତ କରି ଥାନାକୁ ଆଣିଛନ୍ତି। ୩ ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି।

ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା। ଗତ ୨୮ତାରିଖରେ ମହାରାଷ୍ଟ୍ରର ପର୍ଯ୍ୟଟକମାନଙ୍କୁ କୋଣାର୍କ ରିଙ୍ଗ ରୋଡ ନିକଟରେ ପ୍ୟାକେଟକୁ ୬ଶହ ଟଙ୍କାରେ ୧୫ପ୍ୟାକେଟ ବିକ୍ରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କୋଣାର୍କରେ ଖାଦ୍ୟ ନିରୀକ୍ଷକ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରି ଅସାଧୁ କାଜୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରଜ ଦାବି ହୋଇଛି।

Leave a Reply

Your email address will not be published. Required fields are marked *