୧୯୬ ମଣ୍ଡି ମାଧ୍ୟମରେ ୧୫୭୨୬୭ କ୍ୟୁଣ୍ଟାଲ ଧାନ କ୍ରୟ।ଚାଷୀ ଙ୍କ ଖାତା କୁ ଗଲାଣି ୨୫ କୋଟି ରୁ ଅଧିକ ଟଙ୍କା
ପୁରୀ ୩୦/୧ ପୁରୀ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକରେ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରାଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ କୁ ଶୃଙ୍ଖଳିତ ପରିଚାଳନା ପାଇଁ ତଦାରଖ କରୁଛନ୍ତି।ନିଜେ ଜିଲ୍ଲାପାଳ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ ସହ ଚାଷୀ ମାନଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି।ମଣ୍ଡି ମାନଙ୍କ ରେ ଯେପରି ଚାଷୀ ମାନଙ୍କ ର କୌଣସି ଅସୁବିଧା ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।ଯୋଗାଣ ଅଧିକାରୀ ,ସମବାୟ ସମିତିର କର୍ମକର୍ତ୍ତା ଓ ଆର ଏମ ସି ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ରେ ଯେପରି କୌଣସି ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ପରିଡାଯୋଗାଣ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଖରିଫ ଋତୁରେ ୫୯୯୯୮ ଚାଷୀ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୫୯୧୯୭ ଜଣ ଧାନ ବିକ୍ରି ପାଇଁ ଯୋଗ୍ୟ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ୨୭୫୦୭ ଟୋକନ ପ୍ରଦାନ କରାଯାଇଛି।୧୨୦୪୦୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଚଳିତ ମାସ ୩୦ ତାରିଖ ସୁଦ୍ଧା ୪୦୯୯ କୃଷକ ଙ୍କ ଠାରୁ ୧୫୭୨୬୭ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯାଇ ୨୫,୫୦,୬୫୯୬୩ ଟଙ୍କା ପ୍ରଦାନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସୂଚନା ଦେଇଛନ୍ତି।
