ଯାଜପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ
ପି ଏମ ଶ୍ରୀ ଯାଜପୁର ଜିଲ୍ଲା ସ୍କୁଲ, ଯାଜପୁର ଠାରେ କନିଷ୍ଠ ରେଡ କ୍ରସ ଶାଖା ତରଫରୁ ଯାଜପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ ଶିକ୍ଷା ଓ ତାଲିମ ଶିବିର ର ମୁଖ୍ୟ ଅତିଥିତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ , ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ , ଓଡ଼ିଶା ,ଭୁବନେଶ୍ୱର ଙ୍କ କର କମଳ ରେ ଉଦ୍ଘାଟିତ ହୋଇଯାଇଛି। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜୀବନୀ,ରେଡକ୍ରସ ଓ କନିଷ୍ଠ ରେଡକ୍ରସ ର ଉପ୍ତତ୍ତି,ରେଡକ୍ରସ ର ଲକ୍ଷ୍ୟ ଓ ଉଦ୍ୟେଶ ତଥା ରେଡ କ୍ରସ ର ବିଭିନ୍ନ କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ବେହେରା , ଅବସରପ୍ରାପ୍ତ ଶିକ୍ଷାଧିକାରୀ ,କଟକ ,ଶ୍ରୀମତୀ ସବିତା ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ,ଯାଜପୁର ,ଶ୍ରୀଯୁକ୍ତ ଫକିର ମୋହନ ଟୁଡୁ ,ଜିଲ୍ଲା କ୍ରୀଡା ଅଧିକାରୀ ,ଯାଜପୁର , ଶ୍ରୀଯୁକ୍ତ ଦେବିଲାଲ ମାଲିକ ,ମଣ୍ଡଳ ଶିକ୍ଷାଧିକାରୀ ,ଯାଜପୁର ,ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା ,ଜୁନିଅର ରେଡ କ୍ରସ ଅଧିକାରୀ ,ଯାଜପୁର ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ସେନାପତି ଯୋଗଦାନ କରିଥିଲେ ।ଏହି ଉତ୍ସବରେ ଶ୍ରୀମତୀ ସବିତା ନାୟକ , ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ,ଯାଜପୁର ଜୁନିଅର ରେଡ କ୍ରସ ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶ୍ରୀମତୀ ସୁରମା ମହାପାତ୍ର ଉଦ୍ଘାଟନ ଉତ୍ସବ ରେ ସଭାପତିତ୍ବ କରିଥିଲେ ।ଏହି ତାଲିମ ଶିବିରରେ ସାଧନ କର୍ମୀ ଭାବେ ଶ୍ରୀଯୁକ୍ତ ତ୍ରିଲୋଚନ ଜେନା ,ଶ୍ରୀଯୁକ୍ତ ଶୈଳଜା ବାରିକ , ଶ୍ରୀଯୁକ୍ତ ଶିବ ବ୍ରତ ପାଣି , ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ,ସଞ୍ଜୀବ କୁମାର ଦାସ , ଶ୍ରୀଯୁକ୍ତ ଜନକ କୁମାର ସାହୁ , ଶ୍ରୀଯୁକ୍ତ ରାଜେଶ୍ କୁମାର ସେଠୀ ,ସୁବାସ ଚନ୍ଦ୍ର ବାରିକ ଯୋଗଦାନ କରିଛନ୍ତି । ଏହି ଉତ୍ସବ କୁ ବିକାଶ ଚନ୍ଦ୍ର ସାହୁ ଓ ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଉତ୍ସବ କୁ ସଫଳ କରିବା ନିମନ୍ତେ ଦଶଗୋଟି ମଣ୍ଡଳ ର ସମ୍ପାଦକ , କାଉନସିଲର ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପ୍ରଚେଷ୍ଟା କରିଥିଲେ ।
