ବିକାଶ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧୀଜୀ ସ୍ମୃତି ଚାରଣ ସଭାଗାନ୍ଧି ଦର୍ଶନ ପାଇଁ ଜନ ସାଧାରଣ ଏକ ହେବାକୁ ଆହ୍ବାନ
ବ୍ରହ୍ମପୁର, ତା.୩୦.୧.୨୦୨୬ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଦେଶର ମହାନ୍ ସ୍ବାଧୀନତା ସଂଗ୍ରାମୀ, ସତ୍ୟ ଓ ଅହିଂସାର ପଥ ପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କ ଶହିଦ ଦିବସରେ ଆଜି ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ଆରମ୍ଭରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ନିର୍ଦ୍ଦେଶକ, ପରିବେଶବିତ୍ ସୁଧୀର ରାଉତ ଓ “ବିକାଶ” ସ୍ବେଚ୍ଛାସେବୀ ଅନୁଷ୍ଠାନର ଗୁଣନିଧି ବେହେରା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥଲେ l

ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ଗାନ୍ଧୀଜୀ ଙ୍କ ଐତିହାସିକ ନେତୃତ୍ୱ ଓ ବଳିଦାନ ସମଗ୍ର ବିଶ୍ବରେ ପରିଚିତ l ଗାନ୍ଧୀ ଦର୍ଶନ ବିନା ସମଗ୍ର ବିଶ୍ବରେ ଶାନ୍ତି, ସଂହତି କୁ ରକ୍ଷା କରାଯାଇପାରିବ ନାହିଁ l ସାଂପ୍ରତିକ ସ୍ଥିତିରେ ଗାନ୍ଧିବାଦ ର ଚର୍ଚ୍ଚା,ଆଲୋଚନା ସମସ୍ତ ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ତଥା ସରକାରୀ ସ୍ତରରେ ଅନୁଷ୍ଠିତ ହେବା ଆବଶ୍ୟକ ରହିଛି ବୋଲି ଉପସ୍ଥିତ ବ୍ୟକ୍ତି ବୃନ୍ଦ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କୁନି କୁମାରୀ ଦେବୀ, ସସ୍ମିତା ବେହେରା, ଗଗନ ଚନ୍ଦ୍ର ମଲ୍ଲିକ,ଶ୍ୟାମ ସୁନ୍ଦର ଖାଡ଼ାଙ୍ଗା, ବୃନ୍ଦାବନ ଖଟେଇ, ମନୋଜ କୁମାର ତରାଇ, ସାଧୁ ଚରଣ ବେହେରା,ସୁରେନ୍ଦ୍ର ନାଥ ପଣ୍ଡା, କେ. ମୋହନ ରାଓ ସୁବୁଦ୍ଧି, ଅଶୋକ ଦଳାଇ,ଭିଷ୍ମlଚର୍ଯ୍ୟ ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
