ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ
ପୁରୀ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମହା ଆଡମ୍ବରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଚରିତା ପ୍ରତିହାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେ।ଇ ଯାଇଛି । ଉତ୍ସବରେ ବରେଣ୍ୟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ପଣ୍ଡା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଉପାଧ୍ୟକ୍ଷ ଦେବସ୍ମିତା ମହାପାତ୍ର, ପ୍ରାକ୍ତନ ମନ୍ଡଳ ଶିକ୍ଷା ଅଧିକାରୀ ପୁରୀ ସଦର ପ୍ରମୋଦ କୁମାର କର, ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ଶିବ ପ୍ରସନ୍ନ ପଟ୍ଟନାୟକ , ସମାଜସେବୀ ଚକ୍ରଧର ମହାପାତ୍ର ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ସୁକାନ୍ତ ପଣ୍ଡା ଓ ପରିଚାଳନା କମିଟି ସଭାପତି ସୁଜାତା ମହାନ୍ତି ପ୍ରମୁଖ ଯୋଗ ଦେଇ କହିଲେ ବିଦ୍ୟାର୍ଥୀ , ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ହି ହିଁ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଓଡ଼ିଶୀ , ସମ୍ବଲପୁରୀ, ବିହୁ, ଝୁମର ନୃତ୍ୟରେ ଝୁମିଲେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ବୃନ୍ଦ । ଏହି ଅବସରରେ ସୁଖଲତା ସ୍ମୃତି ସମ୍ମାନ – ଶ୍ରାବଣୀ ମାଳ ,ସ୍ବଚ୍ଛ ବିଦ୍ୟାର୍ଥୀ ସମ୍ମାନ ଭାଗ୍ୟଶ୍ରୀ ମିଶ୍ର, ସର୍ବାଧିକ ଉପସ୍ଥାନ ପାଇଁ ଜୟଶ୍ରୀ ଦଳାଇ ( ମାଧ୍ୟମିକ) ,ସାଇ ସାସମଲ ( ପ୍ରାଥମିକ) , ସର୍ବଜୟୀ ଖେଳାଳି ସନ୍ ମାନ ଗାଉଲ ସନ୍ଦିପ, ଛାତ୍ରୀ ଗାୟତ୍ରୀ ପ୍ରୃଷ୍ଟିଙ୍କୁ ମଧ୍ୟ ସର୍ବଶ୍ରେଷ୍ଠ ଖେଳାଳି ଭାବେ ସନ୍ ମାନୀତ କରାଯାଇଥିଲା ।
