ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନ ର ବଡ଼ ସଫଳତା

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନ ର ବଡ଼ ସଫଳତା, ଭଞ୍ଜନଗର ତା.-31.01.26,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁ ଅବା କିଏ ନଜାଣେ, ସବୁସମୟରେ ଚର୍ଚ୍ଚା ରେ ରହିଆସୁଥିବା ଏହି ଥାନା କର୍ମଚାରୀ ହେଉ କି ଏହା ର ବିଶେଷ ଆକର୍ଷଣ ସମସ୍ତଙ୍କ ଏହି ପରିବେଶ ଭିତରେ ଥିବା ସୁନ୍ଦର ସୁନ୍ଦର ବୃକ୍ଷ ସହିତ ଏହା ର ଦାଇତ୍ୱ ସହ ଥାନା ର ସର୍ବାଙ୍ଗୀନ ବିକାଶ ରେ ସଦାସର୍ବଦା ଚିନ୍ତା ସହ କର୍ମ କରୁଥିବା ଏହି ଅଞ୍ଚଳ ରେ ସର୍ବସାଧାରଣ ଙ୍କ ପାଇଁ ପ୍ରତେକ ମୁହୂର୍ତ ରେ ଶାନ୍ତିଶୃଙ୍ଖଲା ସହିତ ଅସମାଜିକ କାର୍ଯ୍ୟକଳାପ ରେ ଲିପ୍ତ

ରହୁଥିବା ଲୋକଙ୍କ ପାଇଁ ତୁରନ୍ତ ଆକ୍ସନମୁଡ଼ ରେ ରହୁଥିବା ଭାରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଜୀବନାନନ୍ଦ ଜେନା ଙ୍କ ସହ SDPO ଡା. ଦୀପକ କୁମାର ମିଶ୍ର ଏବଂ ଆଡିସିନାଲ ଏସ. ପି.ରଞ୍ଜନ କୁମାର ଦେ ଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସମ୍ପୂର୍ଣ ସହ ଯୋଗରେ ଆଜି ଏକ ବିରାଟ ମେଳା ସେ ଭିତରେ ରହିଛି ମୋବାଇଲ- 1066,ବେଟେରି-1275, ଅଳଙ୍କାର, ମଦରବୋର୍ଡ -424,ଟାବଲେଟ -05,ନୁମ୍ବର ପ୍ଲେଟ -09,ଟଙ୍କା ସହ ବିଭିନ୍ନ ପ୍ରକାର ର ଯାନବାହାନ -11କୁ ବହୁ ପରିମାଣ ରେ ସଫଳତା ର ସହ 21ଜଣ ଚୋର କୁ ଧରିବାରେ ଓଡିଶା ରେ ଏକ ପ୍ରମୁଖ ଭୂମିକା ସହ ଭଞ୍ଜନଗର ସହର ରେ ଜନସାଧାରଣ କହିବା ଅନୁସାରେ ପ୍ରଥମ ଥର ଏଭଳି ଏକ ବଡଧରଣ ର ଖୁଲାସା କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ସବୁ ମହଲ ରୁ ପ୍ରଶଂସା ସାଉଁଟିବା ସହ ବିଭାଗ ର ଉତ୍ତରତର ଉର୍ନତି କାମନା କରୁଛନ୍ତି ସ୍ଥାନୀୟ ଜନସାଧାରଣ.

Leave a Reply

Your email address will not be published. Required fields are marked *