ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ ତା ୩୧-୧-୨୬ ଜଟଣୀ ବ୍ଲକ ଅନ୍ତର୍ଗତ ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ପରିସରସରେ ଅମୁସ୍ଥିତ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ ଜଟଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ଯୋଗ ଦେଇଥିଲେ। ସେ ଛାତ୍ର ଛାତ୍ରୀ ମାନଙ୍କୁ ମନ ଦେଇ. ପାଠ ପଢ଼ି ବିଦ୍ୟାଳୟର ନାଁ ରଖିବାକୁ କହିବା ସହ ଗୋଟିଏ ଅତିରିକ୍ତ ଶ୍ରେଣୀ ଗୃହ ଏହି ବିଦ୍ୟାଳୟ ପାଇଁ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁ ନାଗରିକ ହୋଇ ଏ ଦେଶର. ଟେକ ରଖିବାକୁ ଆଶା ପୋଷଣ କରିଥିଲେ। ବିଦ୍ୟାଳୟର ଶୈକ୍ଷିକ ପରିବେଶର ଉଚ୍ଚ ପ୍ରଶଂସା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ସାର୍ଗୀକୃତ ମନୋଭାବ ତଥା ପ୍ରଧାନ ଶିକ୍ଷକଙ୍କ ଆନ୍ତରିକ ପ୍ରଚେଷ୍ଟା ଏହି ବିଦ୍ୟାଳୟକୁ ଏକ ଆଦର୍ଶ ସ୍ଥାନରେ ପହଞ୍ଚାଇ ପାରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ନୁପ୍ରିୟା ନାୟକ ଉତ୍ସବରେ ପୌରହିତ୍ୟ କରିଥିବା ବେଳେ ଶିକ୍ଷାବିତ ଜବାହରଲାଲ ସୁବୁଦ୍ଧି, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରେସନ ସୁନ୍ଦରାୟ, ବି ଆର ସି ସି ପୂର୍ଣ୍ଣ ଚନ୍ଦ୍ର ବେହେରା, ସି ଆର ସି ସି ଚିତ୍ତରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ବଳିୟାରସିଂହ, ଉ. ପ୍ରା ବିଦ୍ୟଳୟର ପରିଚାଳନା କମିଟି ଅଧ୍ୟକ୍ଷ ଧୋବଲି ମଙ୍ଗରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦୁଵୋଧନ ଦେଇଥିଲେ। ଶିକ୍ଷୟିତ୍ରୀ ସସ୍ମିତା ବଳିୟାରସିଂହ ମଞ୍ଚ ସଂଯୋଜନା କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଜଟଣୀରୁ ନୀଳାମ୍ବ�

Leave a Reply

Your email address will not be published. Required fields are marked *