ନର୍ସିଂ ଶିକ୍ଷା ହେଉଛି ସେବା ଓ ସଂସ୍କାର
କୋଣାର୍କ – କୋଣାର୍କ ମାଧିପୁର ନିକଟରେ ଅବସ୍ଥିତ ସ୍ଵର୍ଣ୍ଣଲତା ନର୍ସିଂ କଲେଜ ପକ୍ଷରୁ ନୂତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ୱର୍ଦ୍ଧନା ଓ ଶେଷ ବର୍ଷ ଛାତ୍ରୀ ମାନଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ସମ୍ପାଦକ ଅଚ୍ୟୁତ ରାଧାକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ସମାଜସେବୀ ନିରଞ୍ଜନ ସାହୁ, ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଅଧ୍ୟାପିକା ଶରତବାଳା ଖଟୋଈ ଓ ଶିକ୍ଷାବିତ୍ ନିହାର ପ୍ରାସାଦ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

ନର୍ସିଂ ଶିକ୍ଷା ହେଉଛି ସେବା ଓ ସଂସ୍କାର। ଡ଼ାକ୍ତର ପରେ ନର୍ସିଂ ସେବା ହିଁ ଈଶ୍ବରଙ୍କ ବରଦାନ ସଦୃଶ। ଏପରି ସେବା ପାଇଁ ଯୁବପିଢୀ ଆଗକୁ ବଢ଼ି ଆସିବା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ନୂତନ ଛାତ୍ରୀ ମାନଙ୍କୁ ଚନ୍ଦନ , ଫୁଲ ଓ ଉପହାର ଦେଇ ସ୍ବାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିବା ବେଳେ ଶେଷ ବର୍ଷର ଛାତ୍ରୀ ମାନଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉତ୍ସବକୁ କଲେଜର ଅଧ୍ୟକ୍ଷା ସସ୍ମିତା ସ୍ବାଇଁ ଓ ଅଧ୍ୟାପିକା ଶ୍ରାବଣୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
