ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଓ ମାତା ଇ-ପତ୍ରିକା ପକ୍ଷରୁ ବନ୍ଧୁମିଳନ ଓ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ
ବଡ଼ଚଣା: ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଓ ମାତା ଇ-ପତ୍ରିକା,ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡା ପକ୍ଷରୁ ଚଣ୍ଡିଖୋଲ ନିକଟସ୍ଥ ବାରୁଣାବନ୍ତ ପର୍ଯ୍ୟଟନ ସ୍ଥଳୀ ଭୂଷଣ୍ଡପୁରଠାରେ ଏକ ବନ୍ଧୁମିଳନ ଓ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ. ଆଶୁତୋଷ ଦେବୀପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଅନନ୍ତ ପ୍ରସାଦ ମାହାଲ, ସମ୍ମାନିତ ଅତିଥି ଭାବେ ମାତା ଶିଶୁ ସାହିତ୍ୟ ପତ୍ରିକାର ସମ୍ପାଦିକା ଅତୁଳା ମୋନାଲିସା ରାଉତ, ମୁଖ୍ୟ ବକ୍ତା ଉପେଦେଷ୍ଟା ଓ ବିଶିଷ୍ଟ କବି ହିମାଂଶୁ ଭୁଷଣ ଜେନା, ଅନୁଷ୍ଠାନର ବିଶିଷ୍ଟ ଅତିଥି ଭାବେ ସହ ସମ୍ପାଦିକା ଜୟନ୍ତୀ ବେହେରା ଯୁଗ୍ମ ସମ୍ପାଦକ ଅରୁଣ କୁମାର ଦାସ, ମୁଦ୍ରିତ ସଂଯୋଜକ ଅବିନାଶ ଜେନା ସଂଯୋଜିକା ପ୍ରମୋଦା ମଞ୍ଜରୀ ବଳ, ସଂଯୋଜକ ବିପିନ ବିହାରୀ ବାରିକ ବରିଷ୍ଠ କର୍ମକର୍ତ୍ତା ଅଶୋକ କୁମାର ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ ରୁ ଉର୍ଦ୍ଧ୍ବ ସଂଯୋଜକ, ସଂଯୋଜିକା ଓ ସାରସ୍ଵତ ସାଧକ ସାଧିକାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ନବବର୍ଷର ଅଭିନଦନ ପତ୍ର ସହିତ ଶ୍ରୀ ରାଧାକୃଷ୍ଣ ସାରସ୍ବତ ସମ୍ମାନ- ୨୦୨୬ର ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା ।
