ପରୀକ୍ଷା ଆଗରୁ…

ପରୀକ୍ଷା ଆଗରୁ…
ଡ. ପ୍ରେମାନନ୍ଦ ବେହେରା

ଭୟ ରଖନି ମନରେ, ବଢ଼ାଅ ମନୋବଳ
ପରୀକ୍ଷା କେବଳ ମାତ୍ର, ଛଅ ଦିନର ଖେଳ ।।
ଜୀବନ ଏକ ଦୀର୍ଘ ଯାତ୍ରା ହେ କୋମଳମତି
ଯେଉଁଠି ଧୈର୍ଯ୍ୟ ତୁମର, ସର୍ବଶ୍ରେଷ୍ଠ ଶକ୍ତି ।।
ଗଭୀର ଶ୍ୱାସ ନିଆ, ଆଖି ବନ୍ଦ କର
ମନକୁ ଦେଇ ଅଳ୍ପ ଅବକାଶ, ଚିନ୍ତା କର ଦୂର ।।
ଆଜି ଯାଏଁ ଯେତେ ପଢ଼ିଛ, ସେତେ ହିଁ ତୁମର
ସାହସୀ ହୁଅ ସବୁ ପୁଅଝିଅ, ଭୟ ଦୂର କରେ ।
ପୁସ୍ତକ ନୁହେଁ ଶତ୍ରୁ କେବେ, ସିଏ ଆମ ମିତ୍ର
ସତ୍ ଚିନ୍ତା କଲେ ସମୟ, ହେବ ସପକ୍ଷେ ତୁମର ।।
ମନ ଧ୍ୟାନ ଦେଇ ଯାହା, ପରିଶ୍ରମ କରିଛ
ସେହି ହେବ ତୁମର, ସଫଳତାର ପ୍ରତୀକ ।।
ହସି ହସି ସମସ୍ତେ ହାତରେ, ଡ଼ଟ୍ ପେନ୍ ଧରିବ
ପରୀକ୍ଷା ବେଳେ ମନରେ, ଆତ୍ମବିଶ୍ୱାସ ଭରିବ ।।
ଫଳାଫଳ ନୁହେଁ, ତୁମ ଚେଷ୍ଟା ମହାନ,
ନିଜେ ହେଉଛ ସର୍ବୋଚ୍ଚ,  ପରିଚୟର ଧନ ।।
ଭଗବାନ ସହାୟ ହେବେ, ଏହା ଆମ ପ୍ରାର୍ଥନା
ତୁମେ ଆମର ଗର୍ବ, ତୁମେ ହିଁ ଆମ ସାଧନା ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *