ପ୍ରଶିକ୍ଷଣ ମିଳିଲେ ଆଲମ୍ପିକ ଖେଳିବି : ଦିବ୍ୟାଂଶୁ
ପ୍ରଶିକ୍ଷଣ ମିଳିଲେ ଆଲମ୍ପିକ ଖେଳିବି : ଦିବ୍ୟାଂଶୁ
ଯାଜପୁର ଜିଲ୍ଲାରେ ଅର୍ଥଲେଟିକ କ୍ରୀଡା କ୍ଷେତରେ ଉତ୍ତମ ଭିର୍ତ୍ତି ଭୂମିର ବିକାଶ ଆଖିଦୃଷ୍ଟିଆ ଥିବା ବେଳେ, ଅନେକ ଖେଳାଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ସେହିପରି ଏକ ଖେଳାଳି ଦିବ୍ୟାଂଶୁ ଦିବ୍ୟଜ୍ୟୋତି ଜେନା କ୍ରୀଡାର ୧୪ ବର୍ଷରୁ କମ ଗୋଳା ଫିଙ୍ଗା ପ୍ରତି ଯୋଗିତାରେ ପ୍ରଥମ ସ୍ଥାନ ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି……. ପିତା ମାତା ଙ୍କ ଆଶ୍ରିବାଦ ଓ ଭଉଣୀଙ୍କ ପ୍ରେରଣା ବଳରେ ସେ ଗୋଲାଫିଙ୍ଗା ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ l ଏଥିପାଇଁ ତାଙ୍କ ସ୍କୁଲର ଖେଳ ପ୍ରଶିକ୍ଷକ ତାଙ୍କୁ ସବୁବେଳେ ଉତ୍ତମ ପ୍ରଶିକ୍ଷଣ ଦେବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥିଲେ l ଫଳରେ ସେ ସାରା ରାଜ୍ୟରେ ଆଜି ପ୍ରଥମ ସ୍ଥାନ କରି ପାରିଛନ୍ତି l
ସରକାର ଙ୍କ ପକ୍ଷରୁ ତାଙ୍କୁ ଯଦି ଉତ୍ତମ ପ୍ରଶିକ୍ଷଣ ମିଳେ ସେ ଆଗକୁ ଅଲମ୍ପିକ ଖେଳିବେ ବୋଲି ଲକ୍ଷ ରଖିଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
