ଗ୍ରାମବାସୀ ଙ୍କ ପାଇଁ ନିରବଦ୍ରଷ୍ଟା ସାଜିଛନ୍ତି ସରକାରୀ ଅଧିକାରୀ ?
ଗ୍ରାମବାସୀ ଙ୍କ ପାଇଁ ନିରବଦ୍ରଷ୍ଟା ସାଜିଛନ୍ତି ସରକାରୀ ଅଧିକାରୀ ?
ତିର୍ତ୍ତୋଲ:ତିର୍ତ୍ତୋଲ ନିରୀହ ଗ୍ରାମବାସୀ ଙ୍କ ପାଇଁ ସରକାରୀ ଅଧିକାରୀ ପାଲଟିଛନ୍ତି ନିରବଦ୍ରଷ୍ଟା ବାରମ୍ବାର ଅଭିଯୋଗ କଲେ ବି ସରକାରୀ ଜମି ଦଖଲକାରିଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ତହସିଲ ଅଧୀନ ତୁଳଙ୍ଗ ପଂଚାୟତର ନରସିଂହପୁର ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ପରିଡା ଗ୍ରାମରେ ଥିବା ଆରଡ଼ି ରୋଡ଼ କଡ଼ ସରକାରୀ ଜମିକୁ ଜବରଦଖଲ କରି ବିଭିନ୍ନ ଚାଷ କରୁଛନ୍ତି। ସେହି ବାଟଦେଇ ଶହ ଶହ ଏକର ଜମିରୁ ଜଳ ନିଷ୍କାସନ ହେବାସହ ଏକର ଏକର ଚାଷଜମି କୁ ଜଳ ଯୋଗାଣ ସହ ନିଷ୍କାସନ ହୋଇଥାଏ। କିନ୍ତୁ ବସନ୍ତ ପରିଡା ଜଳ ନିଷ୍କାସନ ସରକାରୀ ଜମିକୁ ଜବରଦଖଲ କରି ଥିବାରୁ ଜଳ ନିଷ୍କାସନ ସଠିକ ଭାବେ ହୋଇପାରୁନାହିଁ।
ଯାହା ଫଳରେ ଶହ ଶହ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଯାହାର ସମାଧାନ ପାଇଁ ଥରେ ନୁହେଁ ବାରମ୍ବାର ତିର୍ତ୍ତୋଲ ତହସିଲଦାର ଙ୍କୁ ଭେଟି ଜବରଦଖଲ ଉଛେଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀ ହେଲେ ଏହାରି ଭିତରେ ଅନେକ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛିବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। କିନ୍ତୁ ଅନ୍ୟପକ୍ଷେ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ପରିଡା ଗ୍ରାମବାସୀଙ୍କ ନାଁରେ ପାଲଟା ଅଭିଯୋଗ କୁ ଭିର୍ତ୍ତି କରି ଦୁଇଦୁଇଥର ଗ୍ରାମ୍ୟ ଭିତର ଜମିକୁ ମାପ ସରିଲାଣି। ଯାହାକୁ ନେଇ ଗ୍ରାମବାସୀ ସରକାରୀ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ଗ୍ରାମବାସୀ ଦୁଇଦୁଇଥର ଙ୍କ ଅଭିଯୋଗ ପରେବି ସମାଧାନ ପାଇଁ ସ୍ଥାନୀୟ ତହସିଲଦାର କୌଣସି ପଦକ୍ଷେପ ନନେଇ ନିରବଦ୍ରଷ୍ଟା ପାଲଟିଥିବା ବେଳେ ପୂର୍ବତନ ସରକାରୀ ଅଧିକାରୀଙ୍କ କଥାରେ ଦୁଇଥର ମାପଚୁପ କରାଗଲାଣି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରୀ ଅଧିକାରୀ ଙ୍କ ପାଇଁ କଣ ଗୋଟିଏ ନିୟମ ଆଉ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ। ଯଦି ଆସନ୍ତା ସମୟରେ ଏହାର ସମାଧାନ ନହୁଏ ତେବେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।
