ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ ସଂଯୋଗ

ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ ସଂଯୋଗ ।

ଭୁବନେଶ୍ୱର, ୦୫ ଫେବୃଆରୀ ୨୦୨୬:

ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅସ୍ଥାୟୀ ଭାବରେ କୋଚ୍ ବୃଦ୍ଧି କରିଛି।

କାମାକ୍ଷା-ପୁରୀ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୬୪୦) ପାଇଁ, ୧ ଫେବୃଆରୀରୁ ୨୬ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ, ଯାହା ଅଧିକ ଚାହିଦା ସମୟରେ ଅତିରିକ୍ତ ଆରାମ ପ୍ରଦାନ କରିବ ।

ସେହିପରି, ପୁରୀ-କାମାକ୍ଷା ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୬୩୯) ରେ, ୩ ଫେବୃଆରୀରୁ ୨୮ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

କାମାକ୍ଷା-ପୁରୀ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୬୪୪) ରେ, ୫ ଫେବୃଆରୀରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

ସେହିପରି, ପୁରୀ-କାମାକ୍ଷା ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୫୬୪୩) ରେ, ୭ ଫେବୃଆରୀରୁ ୨ ମଇ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

ଶ୍ରୀ ଗଙ୍ଗାନଗର-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୨୦୪୭୧) ରେ, ୧ ରୁ ୨୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ ।

ସେହିପରି, ପୁରୀ- ଶ୍ରୀ ଗଙ୍ଗାନଗର ସୁପର ଫାଷ୍ଟ ଏକ୍ସପ୍ରେସ (ଟ୍ରେନ ନମ୍ବର ୨୦୪୭୨) ରେ, ୪ ରୁ ୨୫ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର ଶ୍ରେଣୀ କୋଚ୍ ସଂଯୋଗ କରାଯିବ।

ପୂର୍ବ ତଟ ରେଳପଥ ଆବଶ୍ୟକ ସ୍ଥାନରେ କୋଚ୍ ସଂଯୋଗ କରି ଏବଂବ୍ୟସ୍ତବହୁଳ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରି ଯାତ୍ରୀ ସୁବିଧା ବୃଦ୍ଧି କରିବାକୁ ପ୍ରତିବଦ୍ଧ। ଯାତ୍ରୀମାନେ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିପାରିବେ ଏବଂ ବର୍ଦ୍ଧିତ ସୁବିଧାର ଲାଭ ଉଠାଇପାରିବେ।

Leave a Reply

Your email address will not be published. Required fields are marked *