ରାଢ଼ଙ୍ଗରେ ସମାଧାନ ହେଲା ମଣ୍ଡି ସମସ୍ୟା

ରାଢ଼ଙ୍ଗରେ ସମାଧାନ ହେଲା ମଣ୍ଡି ସମସ୍ୟା
ଚାଷୀ ଅଧିକାରୀ ମାନଙ୍କୁ ପ୍ରଶଂସା କଲେ ରାଢ଼ଙ୍ଗ ଚାଷୀ
ରଘୁନାଥପୁର —ତା:-୫:୨:- ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢ଼ଙ୍ଗ କୃଷି ସମବାୟ ସମିତି କାର୍ଯ୍ୟାଳୟରେ, ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ବରେ ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ, “ମଣ୍ଡିରେ ଧାନ ବିକ୍ରି ସମସ୍ୟା” ପ୍ରସଙ୍ଗକୁ ନେଇ ପରଚେଜ୍ କମିଟି ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଗାନ୍ଧୀବାଦୀ ସୁରେନ୍ ରାଉତ ସଭାପତିତ୍ବ କରିଥିବା ବେଳେ ଶ୍ରୀ ମହାରଣା ସଭା ପରିଚାଳନା କରିଥିଲେ। ସଭାରେ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ, ସି ଏସ ଓ ଜଗତସିଂହପୁର, ଏ ଆର୍ ସି ଏସ ଜଗତସିଂହପୁର, ଡି ଆର୍ ସି ଏସ, ଜଗତସିଂହପୁର ପ୍ରଭୃତି ସରକାରୀ ଅଧିକାରୀ ବୃନ୍ଦ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଚାଷୀମାନଙ୍କ ଅଖା ସମସ୍ୟା ଏବଂ ଧାନ କାଟ ସମସ୍ୟା ପ୍ରସଙ୍ଗକୁ ନେଇ ଆଲୋଚନା ହେଲା। ଲକ୍ଷ୍ମୀ ଆଗ୍ରୋ ର ମିଲର, ‘ଜରି ଅଖାରୁ ଧାନ କାଢି ଝୋଟ ଅଖାରେ ଭରି କରିବା’ ନିର୍ଦ୍ଦେଶକୁ ରାଢ଼ଙ୍ଗ ଚାଷୀମାନେ ପଦାଘାତ କରିବା ସହିତ ବିଗତ ବର୍ଷରୁ ଚାଷୀ ମାନଙ୍କୁ ପୈଠ କରି ନଥିବା ଅଖା ପଇସା ଚାଷୀଙ୍କୁ ଫେରାଇବା ପାଇଁ ଅଡି ବସିବାରୁ ଅଧିକାରୀ ମାନେ ହରଡ଼ ଘଣାରେ ପଡିଗଲେ। ଏଫ୍ ଏ କ୍ୟୁ ମାନର ଧାନରୁ ଅନ୍ୟାୟ ଭାବରେ ପାଖାପାଖି ଚାରିକେଜି ଧାନ ହଡ଼ପ କରୁଥିବା ଲକ୍ଷ୍ମୀ ଆଗ୍ରୋ ର ଶୋଷଣ ଯୁକ୍ତ କାର୍ଯ୍ୟକଳାପ ସମ୍ପର୍କରେ ଚାଷୀ ମାନଙ୍କ ଅକାଟ୍ୟ ଯୁକ୍ତିକୁ ଉପସ୍ଥିତ ଜିଲ୍ଲା ଅଧିକାରୀ ମାନେ ହୃଦୟଙ୍ଗମ କରିଥିଲେ, ସତ୍ୟତାକୁ ଅନୁଭବ କରିଥିଲେ। ଶେଷରେ ବାଧ୍ୟ ହୋଇ, ଚାଷୀ ମାନଙ୍କ ଜରି ଆଖାକୁ ମଣ୍ଡିରେ ଗ୍ରହଣ କରାଯିବ, ଏଫ୍ ଏ କ୍ୟୁ ମାନର ଧାନରୁ କାଟ କରାଯିବ ନାହିଁ ଏବଂ ଏଫ୍ ଏ କ୍ୟୁ ନିୟମ ଦେଖାଇ ଚାଷୀଙ୍କୁ ଭୟଭୀତ କରାଯିବ ନାହିଁ ବୋଲି ପର୍ଚେଜ୍ କମିଟି କଡା ନିର୍ଦ୍ଦେଶ ଦେଲା। ତହସିଲଦାର ଏବଂ ଜିଲ୍ଲା ଅଧିକାରୀ ମାନେ ଚାଷୀ ମାନଙ୍କ ସମସ୍ୟାକୁ ସମାଧାନ କରାଇବା ନିମନ୍ତେ ଆନ୍ତରିକତା ପ୍ରଦର୍ଶନ କରିଥିବାରୁ ଉପସ୍ଥିତ ପଞ୍ଚାୟତ ବାସୀ ହୃଦୟରୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜିର ଏହି ବୈଠକରେ ଶୁକଦେବ ଜେନା, ସୁକାନ୍ତ ପାଳ, ଶାରଦା ପ୍ରସାଦ ଜେନା, ଅସୀମ ରାଉତ, ଉଲ୍ଲାସ ପାଳ, ପ୍ରତାପ ନାୟକ, ପ୍ରଶାନ୍ତ ଜେନା, ସୁଧି ରଞ୍ଜନ ରାଉତ, ନିମାଇଁ ଚରଣ ରାଉତ, ଭାସ୍କର ପାଳ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କିଶୋର ରାଉତ, ନାରାୟଣ ସ୍ବାଇଁ, ଅଜୟ ବରାଳ, ମାଗୁଣି ରାଉତ, ବସନ୍ତ ରାଉତ, ବିଜୟ ରାଉତ, ବିକ୍ରମ ପ୍ରସାଦ ରାଉତ, ରଣଜିତ୍ ପ୍ରସାଦ ରାଉତ, ପ୍ରଦୀପ ସ୍ୱାଇଁ, ଅକ୍ଷୟ କୁମାର ଜେନା, ଶତ୍ରୁଘ୍ନ ରାଉତ ପ୍ରଭୃତି ଶତାଧିକ ସଚେତନ ଚାଷୀ ବୃନ୍ଦ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *