ବିଧାୟକ ଙ୍କ ଦ୍ୱାରା ଧର୍ମଶାଳାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ
-ବିଧାୟକ ଙ୍କ ଦ୍ୱାରା ଧର୍ମଶାଳାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପଣ ସମାରୋହ! ଧର୍ମଶାଳା-ଚଳିତ ବର୍ଷ ଆରମ୍ଭରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ୩୦ ଗୋଟି ପଞ୍ଚାୟତର ୧୨0 ଗୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ୧୨0ଟି ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆ ଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ପ୍ରୟାସରେ ପ୍ରତ୍ୟେକ ଗାଁ କୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଇଛି । ଏହି ଅବସରରେ ଜାରକା ମହୋତ୍ସବ ପଡ଼ିଆରେ ଏକ ଲୋକାର୍ପଣ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ, ବିଡ଼ିଓ ଜ୍ୟୋତିମୟ କର, ଯାଜପୁର ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀମତୀ ରିତା ତରାଇ,ଧର୍ମଶାଳା ବ୍ଲକ ଅଧ୍ୟାକ୍ଷାଶ୍ରୀମତୀ ଶୁଚିସ୍ମିତା ଦାସ ଉପାଧ୍ୟାକ୍ଷା ବିଶ୍ଵବିଜୟିନୀ ମିଶ୍ର ବରିଷ୍ଠ ବିଜେପି ନେତା କାହ୍ଣୁ ଚରଣ ଦାସ ରସୁଲପୁର ବ୍ଲକ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ,ସରପଞ୍ଚ,ସମିତି ସଭ୍ୟସଭ୍ୟା ଓ ବରିଷ୍ଠ ବିଜେପି ନେତା ପ୍ରମୁଖ ଯୋଗଦେଇ ଥିଲେ । ବିଧାୟକ ଶ୍ରୀ ସାହୁ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସୂଚନା ଥାଉକି, ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଗୁଆ ସମଗ୍ର ଗ୍ରାମକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। କିପରି ଲୋକ ମାନଙ୍କ ର ପାନୀୟ ଜଳ ପାଇଁ କାହାରି କିଛି ଅସୁବିଧା ନ ହେଉ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି ,ଆଜି ୧୧୦ଗୋଟି ଟ୍ୟାଙ୍କର ରେ ପାଣି ଯୋଗାଇ ଦିଆ ଯାଇଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏହା ଚଳିତ ବର୍ଷ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଏହି ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମରେ ବିଜେପିର ବହୁ ବରିଷ୍ଠ ଯୁବ ନେତା ଓ ମହିଳା କର୍ମକର୍ତ୍ତା ସାମିଲ ହୋଇଥିଲେ ।
