ପାଠ ପଢିବା ସମୟରେ ପୋଖରୀ ପାଣିରେ ପଶି ୪ଛାତ୍ର ଦଳ କାଢିଵା ଘଟଣା
ପାଠ ପଢିବା ସସମୟରେ ପୋଖରୀ ପାଣିରେ ପଶି ୪ଛାତ୍ର ଦଳ କାଢିଵା ଘଟଣା l ବିଡ଼ିଓ ଙ୍କ ନିର୍ଦ୍ଧଶରେ ଵିଇଓ ଙ୍କ ତଦନ୍ତ l ପ୍ରଧାନ ଶିକ୍ଷକଙ୍କୁ କୈଫତ ତଲଵ l ଘଟଣାକୁ ଚାପି ଦେଵାକୁ ପ୍ରଧାନ ଶିକ୍ଷକ ଜୋରସୋର ଉଦ୍ୟମ l
ଗୋପ ଠ୪/୦୨ – ଗୋପ ଵ୍ଲକ ଅର୍ନ୍ତଗତ ଡଭାର ପଂଚାୟତରେ ଥିବା ଉତ୍କଳମଣି ଗୋପଵନ୍ଧୁ ନୋଡାଲ ଉଚ୍ଚ ଵିଦ୍ୟାଳୟ, ଓଲଣ୍ଡି ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଧେଶରେ ପାଠ ପଢିବା ସମୟରେ ଜଙ୍ଗଲମୟ ପୋଖରୀ ପାଣିରେ ପଶି ୪ଛାତ୍ର ଦଳ କାଢିଵା ଘଟଣାକୁ ଆଜି ଗୋପ ବିଡ଼ିଓ ଛଵିରାଣୀ ସାହୁ ଗୁରୁତର ଭାଵେ ନେଇ ଗୋପ ମଣ୍ଡଳ ଶିକ୍ଷାଧିକାରିଣୀ ଅମିତା ସେନାପତି ଙ୍କୁ ଏହାର ତଦନ୍ତ ନିର୍ଦ୍ଧେଶ ଦେଇଥିଲେ l ଵିଡିଓ ଙ୍କ ନିର୍ଦ୍ଧଶରେ ଵିଇଓ ଉକ୍ତ ଵିଦ୍ୟାଳୟକୁ ଯାଇ ତଦନ୍ତ କରିଵା ସହ ସଂପୣକ୍ତ ପ୍ରଧାନ ଶିକ୍ଷକଙ୍କୁ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ ୨୫୩/୦୪।୦୨।୨୦୨୬ ରେ କୈଫତ ତଲଵ କରିଛନ୍ତି l ୩ଦିନ ଭିତରେ ଏହାର ଉତ୍ତର ଦେଵା ପାଇଁ ମଧ୍ୟ ସଂପୣକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି l

ହେଲେ ଏପରି ସମ୍ଵେଦନଶୀଳ ଘଟଣାକୁ ଚାପିଦେଵା ପାଇଁ ସଂପୣକ୍ତ ପ୍ରଧାନ ଶିକ୍ଷକ ଜୋରସୋର ଉଦ୍ୟମ କରିବା ସହିତ ବିଇଓ ଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି l ସୁଚନାମୁତାବକ ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଉତ୍କଳମଣୀ ଗୋପଵନ୍ଧୁ ନୋଡାଲ ଉଚ୍ଚ ଵିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଵିଧାନ ଚନ୍ଦ୍ର ସେଠୀ ପାଠ ପଢା ସମୟରେ ବିଦ୍ୟାଳୟ ପଛପଟେ ଥିବା ଜଙ୍ଗଲପୂର୍ଣ୍ଣ ଏକ ଦଳ ଭର୍ତ୍ତି ପୋଖରୀରୁ ଦଳ କାଢ଼ିବା ପାଇଁ ଉକ୍ତ ଵିଦ୍ୟାଳୟର ୪ ଜଣ କୁନି କୁନି ଛାତ୍ରଙ୍କୁ ଵାଧ୍ୟ କରିଥିଲେ l ପ୍ରଧାନ ଶିକ୍ଷକଙ୍କ ତାଗିଦ୍ ରେ ୪ ଛାତ୍ର ସାର୍ଟ ଖୋଲି କିଏ ଖାଲି ପ୍ୟାଣ୍ଟ ପିନ୍ଧି ତ କିଏ ଗାମୁଛା ପିନ୍ଧି ପୋଖରୀରେ ପଶି ଦୀର୍ଘ ସମୟ ପର୍ଯ୍ୟନ୍ତ ଦଳ ଵାହାର କରିଥିଲେ l ହେଲେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ପୋଖରୀ ହୁଡାରେ ଛିଡା ହୋଇ ଏହାକୁ ଉପଭୋଗ କରୁଥିଲେ l ଯାହାର ଭିଡିଓ ଏଵଂ ଫଟୋ ଭାଇରାଲ ହେଵାରେ ଲାଗିଛି l ଏପରିକି ସଂପୣକ୍ତ ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ପୋଖରୀରେ ପଶି ଦଳ ବାହାର କରିବା ପାଇଁ କହିଥିବା ମଧ୍ୟ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମାନିଛନ୍ତି ଏବଂ ପିଲାଙ୍କୁ ପୋଖରୀରେ ପୁରାଇ ଦଳ କାଢ଼ିବା ସେ ଭୂଲ କରିଛନ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି l ଏହାର ସମସ୍ତ ପ୍ରମାଣ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ମଧ୍ୟ ଦିଆଯାଇଛି l ହେଲେ ସେ ଏପରି ସମ୍ଵେଦନଶୀଳ ଘଟଣାକୁ ଚାପିଦେଵା ପାଇଁ ଉଦ୍ୟମ କରି ପିଲାମାନଙ୍କ ଉପରେ ଚାପ ପକାଇଥିବା ଶୁଣିବାକୁ ମିଳୁଥିବା ଵେଳେ ତଦନ୍ତରେ ଯାଇଥିବା ଵିଇଓ ଅମିତା ସେନାପତି ଙ୍କୁ ମିଥ୍ୟା ତଥ୍ୟ ଦେଇଥିବା ଜଣାପଡିଛି l ହେଲେ ବିଡିଓ ଏଵଂ ଵିଇଓ ଏହି ସମ୍ଵେଦନଶୀଳ ଘଟଣାକୁ ଗୁରୁତର ସହ ନେଵା ସହ ସଂପୣକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କୈଫତ୍ ତଲବ କରିଛନ୍ତି l ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ଛାତ୍ରଛାତ୍ରୀମାନଙ୍କୁ ଵିଦ୍ୟାଳୟ ମୁହାଁ କରିବାପାଇଁ ସରକାର ମାଡ ଉଠାଇ ଦେଇଛନ୍ତି, ଏପରିକି କୌଣସି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ମାଡ ମାରିଲେ କି କୌଣସି କାର୍ଯ୍ୟ କରାଇଲେ ସରକାରଙ୍କ ପକ୍ଷରୁ ସଂପୣକ୍ତ ଶିକ୍ଷକଙ୍କ ପ୍ରତି ଦୣଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଠି ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିପରି କୁନି କୁନି ପିଲାମାନଙ୍କ ଜୀବନକୁ ବିପଦରେ ପକାଇ ଦଳ ଭର୍ତ୍ତି ପୋଖରୀ ଭିତରେ ପଶି ଦଳ କାଢିବାକୁ ନିର୍ଦ୍ଦେଶ ଦେଲେ l ଯଦି ପୋଖରୀ ଭିତରେ କୌଣସି ଅଘଟଣ ଘଟିଥାନ୍ତା ତାହେଲେ ସେଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ଵଡ ପ୍ରଶ୍ନ ହୋଇଛି l ବିପଦପୂର୍ଣ୍ଣ ଦଳ ପୋଖରୀରେ କାହା ଇଙ୍ଗିତରେ ପ୍ରଧାନ ଶିକ୍ଷକ କୁନି ପିଲାମାନଙ୍କୁ ଭର୍ତ୍ତି କରିଥିଲେ ଏଵଂ କାହା ଇଙ୍ଗିତରେ ଆଜି ଵିଇଓ ଙ୍କୁ ମିଥ୍ୟା ତଥ୍ୟ ଦେଲେ ତାହା ତଦନ୍ତ ସାପେକ୍ଷ l ଏନେଇ ମଣ୍ଡଳ ଶିକ୍ଷାଧିକାରିଣୀ ଅମିତା ସେନାପତି ଙ୍କୁ ପଚାରିଵାରେ ସେ କହିଥିଲେ ମୁଁ ଆଜି ଵିଡିଓଙ୍କ ନିର୍ଦେଶରେ ଉକ୍ତ ଘଟଣାର ତଦନ୍ତ କରିଵାକୁ ଯାଇ ତଦନ୍ତ କରିବା ସହ ସଂପୣକ୍ତ ପ୍ରଧାନ ଶିକ୍ଷକ ଙ୍କୁ କୈଫତ ତଲଵ କରିଛି l ଏ ସଂପର୍କରେ ଵିଡିଓ ଛଵିରାଣୀ ସାହୁ କହିଛନ୍ତି ଵିଇଓ ତଦନ୍ତ କରି ଫେରିଛନ୍ତି, ପିଲାମାନଙ୍କୁ ଦଳ ଭର୍ତ୍ତି ପୋଖରୀରେ ପଶି ଦଳ କାଢିବାର ସମସ୍ତ ତଥ୍ୟ ରହିଛି, ସଂପୣକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ନିଶ୍ଚିତ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ l
