ଭି.ବି.ଜି.ଆର୍.ଏ.ଏମ୍.ଜି କୁ ବିରୋଧ କରି ମୁରିବାହାଲ ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର କୁ ଦାବି ।
ମୁରିବାହାଲ;୦୬/୦୨/୨୬ ଭି.ବି.ଜି.ଆର୍.ଏ.ଏମ୍.ଜି କୁ ବିରୋଧ ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଏବଂ ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବିଡିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତମାନ ର ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନ ୨୦୦୫ କୁ ବନ୍ଦ କରି ଭି.ବି.ଜି.ଆର୍.ଏ.ଏମ୍.ଜି ଯୋଜନ ଚଳାଇଛନ୍ତି । ଏହି ନୂତନ ଆଇନ କୋଟି କୋଟି ଶ୍ରମିକଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରୁଥିବା କହିଛନ୍ତି ମୂରିବାହାଲ କଂଗ୍ରେସ କମିଟି । ମାଗିବାର ଅଧିକାରକୁ ଛଡେଇ ନେଇ ଯାଉଛି , ଏସସି/ ଏସଟି/ ଓବିସି ସମାଜର ଶ୍ରମିକ ମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରୁଛି ଏବଂ ମନରେଗା ଆଇନରେ ଶ୍ରମିକ ମଜୁରିର ସମ୍ପୂର୍ଣ୍ଣ ବଜେଟ କେନ୍ଦ୍ର ସରକାର ଦେଉଥିଲେ ନୁଆ ଆଇନରେ କେନ୍ଦ୍ର ସରକାର ୬୦% ବଜେଟ ଦେବେ ଏବଂ ୪୦% ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ଯାହା ଜିଏସଟି ଓ କେନ୍ଦ୍ରୀୟ ସେସ୍ ମାଧ୍ୟମରେ ପ୍ରତିବର୍ଷ ୫ ଲକ୍ଷ୍ୟ କୋଟି ଟଙ୍କା ଆଦାୟ କରିବା ପରେ ମଧ୍ୟ ରାଜ୍ୟ ମାନଙ୍କ ପାଖରେ ଟଙ୍କା ନାହିଁ । ରାଜ୍ୟ ଟଙ୍କା ଦେଇ ପାରିବେ ନାହିଁ, ଶ୍ରମିକ ରୋଜଗାର ପାଇପାରିବେ ନାହଁ।ତେଣୁ କେନ୍ଦ୍ର ସରକାର ବିଭି-ଜୀରାମ-ଜୀ ବିଲକୁ ପ୍ରତ୍ୟାହାର କରି ତୁରନ୍ତ ଐତିହାସିକ ମନରେଗା ଆଇନକୁ ପୁନଃ ସ୍ଥାପନ କରିବା ପାଇଁ କଂଗ୍ରେସ ଦଳ ତରଫରୁ ଦାବୀ କରାଯାଇଛି। ଏ ବିଷୟକୁ ଗୁରୁତ୍ଵ ନ ଦେଲେ ଆଗକୁ ଭୟାବହ ରୂପ ନେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଦାବିପତ୍ର ଦେବା ସମୟରେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ,ଡିସିସି ସମ୍ପାଦକ ଯଦୁପତି ଅଗସ୍ତି,ବିଭିଷଣ ମହାନନ୍ଦ,ସମିତି ସଭ୍ୟ ଭିମସେନ ବାଗ,ଜିତେନ ହାତୀ, ବିଷ୍ଣୁ ସାହୁ,ନରେନ୍ଦ୍ର ବନଛୋର, ବୁଲୁ ବିଶି,ଗୁରମେଲ ସିଂ ଭାଟିଆ,ସତ୍ୟ ହାତୀ, ମାଧବ ସାହୁ,ଯୁଧା ନାଗ ପ୍ରମୁଖ ଉପସ୍ଥିତ ଥିଲେ।ବିଡିଓଙ୍କ ଶ୍ରୀମତୀ ସେଠୀଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଏହି ଦାବୀପତ୍ର ଗ୍ରହଣ କରିଥିଲେ ।
