ନିଃଶୁଳ୍କ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ନିଃଶୁଳ୍କ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।ରୋଟାରୀ କ୍ଲବ ପୁରୀ ଓ କରୁଣାଳୟ ଲେପର୍ସି କେୟାର ସେଣ୍ଟରର ମିଳିତ ଆନୁକୂଲ୍ୟରେ ପୁରୀ ବଳିଆ ପଣ୍ଡାସ୍ଥ ବେଟ୍ରିକ୍ସ ବିଦ୍ୟାଳୟ ପରିସରରେ ଏକ ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ ରୋଟାରୀ କ୍ଲବ ପୁରୀର ସଭାପତି ରୋଟାରୀଆନ୍ ଶ୍ରୀଯୁକ୍ତ ରତିକାନ୍ତ ନାୟକ, ସଂପାଦକ ରୋଟାରୀଆନ ପ୍ରୋ.ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, କରୁଣାଳୟ ଲେପର୍ସି କେୟାର ସେଣ୍ଟରର ନିର୍ଦ୍ଦେଶକ ଫାଦର ବାପଟିଷ୍ଟ ଡିସୌଜା,ଚକ୍ଷୁ ସୁରକ୍ଷାର ଚ଼େୟାର ମ୍ୟାନ୍ ଜୟ ଦାସଗୁପ୍ତା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଦର ବୁଲୁ ବୀରେନ୍ଦ୍ର ଗୁଜୁର ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା । ଏଥିରେ ଚକ୍ଷୁ ପରୀକ୍ଷା, ମୋତିଆ ବିନ୍ଦୁ ଚିହ୍ନଟ, ହୋମିଓ ପାଥିକ୍ ଚିକିତ୍ସା ଓ ଫିଜିଓ ଥୋରାଫି ଚିକିତ୍ସା କରାଯାଇଥିଲା । ଜେପିଏମ୍ ର ଡ.ପରେଶ ଓ ତାଙ୍କର ଟିମ୍ ଚକ୍ଷୁ ପରୀକ୍ଷା କରିଥିଲେ। ହୋମଓ ପାଥିକ୍ ଡାକ୍ତର ସୁଜାତା ତ୍ରିପାଠୀ, ଫିଜିଓ ଥେରାପି ବିଶେଷଜ୍ଞ ରୋଟାରୀଆନ୍ ଡାକ୍ତର ସିଦ୍ଧାର୍ଥ ଶେଖର ପ୍ରମୁଖ । ୧୭୧ ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ। ପନ୍ଦର (୧୫) ଜଣ ବ୍ୟକ୍ତିଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ଏଗାର (୧୧)ଜଣଙ୍କୁ ଅସ୍ତ୍ରୋପଚାର ପାଇଁ କଟକ ପଠା ଯାଇଛି। ଏଥିରେ ପୁରୀ ରୋଟାରୀ କ୍ଲବ ମେମ୍ବର ନରେନ୍ଦ୍ର ପାତ୍ର, ନାରାୟଣ ଦାଶ, ସୁରେଶ ପ୍ରହରାଜ, ମକର ବେହେରା, ଶୈଳେଶ ବେହେରା, ରାମକୃଷ୍ଣ ପାତ୍ର, ସନ୍ତୋଷ ଲେଙ୍କା, ସୁଧାଂଶୁ ଶେଖର ମହାନ୍ତି ଓ ଅଞ୍ଜଳି ପଣ୍ଡା (ଇନ୍‌ର ହୁଇଲ ସଭ୍ୟା) ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *