ଜିଲ୍ଲା ସ୍ତରୀୟ ସ୍କାଉଟ୍ସ ଓ ଗାଇଡ୍ସ ଶିବିର ଉଦଯାପିତ

ତା – ୬-୨-୨୬ ରିଖ ପୁରୀ ଭୋଳାନାଥ ବିଦ୍ୟାପୀଠ ଠାରେ ଦୀର୍ଘ ୩ ଦିନ ଧରି ପରିଚାଳିତ ହେଉଥିବା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ର ଜିଲ୍ଲା ସ୍ତରୀୟ ଶିବିର ଆଜି ଉଦ୍ଜାପିତ ହୋଇଛି । ସମୁଦାୟ ୧୫୦୦ ରୁ ଊର୍ଦ୍ଧ୍ବ ସ୍କାଉଟ୍ସ, ଗାଇଡ, ରୋଭର୍, ରେଞ୍ଜର, ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ୍ ଓ ଅଫିସିଆଲ୍ ମାନଙ୍କ ସମାବେଶରେ ପରିଚାଳିତ ଉକ୍ତ ଶିବିରରେ ପିଲାମାନେ ଫାଷ୍ଟ ଏଡ୍, କଲର୍ ପାଟି, କ୍ୟାମ୍ପ୍ କ୍ରାପ୍ଟ, ସ୍କିଲୋରାମା, ଫୋକ୍ ଡ୍ୟାନ୍ସ , ବ୍ୟାଣ୍ଡ୍ ଡିସପ୍ଲେ, ସ୍ପଟ୍ ପେଣ୍ଟିଂ, ପିଜାଣ୍ଟ୍ ସୋ ଓ ଫେସ୍ ପେଣ୍ଟିଂ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ତିନି ଦିନ ମଧ୍ୟରେ କରିଥିଲେ । ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ସଂଯୁକ୍ତ ନିର୍ଦ୍ଦେଶକ ଓସେପା ମମତା ମିଶ୍ର, ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ବଳିୟାର ସିଂହ, ପୂର୍ବତନ ନଗରପାଳ, ପୁରୀ ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ୍ସ ଗାଇଡ ର ରାଜ୍ୟ ଚିଫ୍ କମିଶନର ତଥା ଜାତୀୟ ଉପ ସଭାପତି ଡଃ କାଳୀ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରାବସ୍ଥାରୁ ପିଲାମାନେ ସେବା ବ୍ରତରେ ଦୀକ୍ଷିତ ହେଲେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ଦେଶ ଓ ଜାତିକୁ ଆଗେଇ ନେଇପାରିବେ ବୋଲି ମତପୋଷଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ କମିଶନର ତଥା ପୁରୀ ଜିଲ୍ଲାର ପୂର୍ବତନ ଶିକ୍ଷାଧିକାରୀ ଡଃ ବିଶ୍ବଜିତ ଘୋଷ୍ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାଙ୍କୁ ଉତପ୍ରେରିତ କରିଥିଲେ । ଅନ୍ୟ ତମ ଅତିଥି ଭାବେ ଭାରତ ସ୍କାଉଟ୍ସ ଗାଇଡ ର ରାଜ୍ୟ ପରିଚାଳନା ସମ୍ପାଦକ ଅନାମିକା ଦାସ ଉପସ୍ଥିତ ରହି ନିଜର ଓଜସ୍ବୀ ଭାଷଣ ଦ୍ବାରା ସେମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ର ଜିଲ୍ଲା ଉପସଭାପତି ରଘୁନାଥ ମହାପାତ୍ର ଓ ସମାଜସେବୀ ତଥା ଅନ୍ୟ ତମ ଉପସଭାପତି ପ୍ରଦ୍ୟୁମ୍ନ ମିଶ୍ର, ଡି ସି ସ୍କାଉଟ୍ସ ରମେଶ ଚନ୍ଦ୍ର ପଣ୍ଡା, ଡି ସି, ଗାଇଡ୍ ରୂପଶ୍ରୀ ଛୋଟରାୟ , ସମ୍ପାଦକ ମହେନ୍ଦ୍ର କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ଭୋଳାନାଥ ବିଦ୍ୟାପୀଠ, ମଞ୍ଜୁଲତା ସାମନ୍ତରାୟ, ଡି ଓ ସି ସ୍କାଉଟ୍ସ ଓ ଗାଇଡ୍ସ ଦେବାଶିଷ ମିଶ୍ର, ଡି ସି ଗାଇଡ ମୀନାକ୍ଷୀ ମିଶ୍ର ଓ ଶିବିର ପରିଚାଳନା ସମ୍ପାଦକ ପ୍ରବୀଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରମାକାନ୍ତ ସମ୍ମାନ ଭଗବାନ ମହାପାତ୍ର ଓ ବ୍ରଜକିଶୋର ପାଇକରାୟ ଙ୍କୁ ପ୍ରଦାନ କରାଯାଇଥିଲା । ବସନ୍ତ କୁମାର ବାରିକ ଓ ପାୟଲ ପରସ୍ମିତା ସାମନ୍ତରାୟ ଙ୍କୁ ଯଥାକ୍ରମେ ୱେଷ୍ଟ ସ୍କାଉଟ୍ସ ମାଷ୍ଟର୍ ଓ ବେଷ୍ଟ ଗାଇଡ୍ କ୍ୟାପଟେନ୍ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଭଗବାନ ମହାପାତ୍ର, ରାଜେନ୍ଦ୍ର ହରିଚନ୍ଦନ, ମନୋରମା ଷଡ଼ଙ୍ଗୀ, ସସ୍ମିତା ରାଉତରାୟ ଓ ସମସ୍ତ ରୋଭର୍ ଓ ରେଞ୍ଜର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଧର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଓ ମହେନ୍ଦ୍ର କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *