ପୂଜ୍ୟ ଗୁରୁଜୀ ସ୍ବର୍ଗତ ଡ. ରାଧାକାନ୍ତ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟଳୟ ପ୍ରେକ୍ଷାଳୟରେ ଡାକ୍ତର ରାଧାକାନ୍ତ ମିଶ୍ର ଙ୍କୁ ତାଙ୍କର ଛାତ୍ରମାନେ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କର ଗୁଣ କୀର୍ତ୍ତନ କରିଥିଲେ I ପ୍ରଥମେ ସାମୁହିକ ଭାବରେ ଗୁରୁ ଡାକ୍ତର ରାଧାକାନ୍ତ ମିଶ୍ରଙ୍କୁ ତିଳ ତର୍ପଣ କରାଯାଇଥିଲା ,ପଣ୍ଡିତ ବେଣୁଧର ମହୋଦୟ ସ୍ଵସ୍ତି ବାଚନ ପୂର୍ବକ ସଭା ଆରମ୍ଭ ହୋଇଥିଲା I ଶ୍ରୀ ଜଗନ୍ନାଥ ଙ୍କୁ ଧିପ ଦେବାପରେ ସଭାରେ ଡାକ୍ତର ନରସିଂହ ସାହୁ, ଡାକ୍ତର ଜୟସିଂ ,ପ୍ରଫୁଲ୍ଲ କୁମାର ନାୟକ, ଡାକ୍ତର ମୀନା ନରେନ୍ଦ୍ର ,ଡାକ୍ତର ରଘୁନାଥ ପାତ୍ର ଡାକ୍ତର ଦୀନବନ୍ଧୁ ମହାରଣା, ଡାକ୍ତର ରବିନାରାୟଣ ଆଚାର୍ଯ୍ୟ, ଡଃ ସମରେନ୍ଦ୍ର ନାରାୟଣ କର ଡଃ ନରେନ୍ଦ୍ର ହୋତା,ଡଃ ଫକିର ନାୟକ , ଡାକ୍ତର ପ୍ରସନ୍ନ କୁମାର ନାଥ ଶର୍ମା, ଡଃ ଅମ୍ବିକା ନାୟକ, ଡଃ ଦେବପ୍ରସାଦ ଦାସ, ଡଃ

ପ୍ରେମାନନ୍ଦ କର ଓ ଅନେକ ପୁରାତନ ଛାତ୍ର ମାନେ ଡାକ୍ତର ମିଶ୍ରଙ୍କ ଉଚ୍ଚ ପ୍ରସଂଶା କରି ଗୁଣ ଓ ଗାରିମା ବର୍ଣ୍ଣନା କରିଥିଲେ Iକଲେଜ ଅଧ୍ୟକ୍ଷ୍ୟ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I . ଡାକ୍ତର ବିପିନ ଆନନ୍ଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି ଅବସରରେ ଏକ ସ୍ମୃତି ପୁସ୍ତକ ” ଅବିସ୍ମରଣୀୟ ଡାକ୍ତର ରାଧାକାନ୍ତ ମିଶ୍ର ” ସମସ୍ତେ ଏକତ୍ର ଉନ୍ମୋଚନ କରିଥିଲେ l
