ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପୁରୀର ବାର୍ଷିକୋତ୍ସବ ” ଅନୁଷ୍ଠିତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପୁରୀର ବାର୍ଷିକୋତ୍ସବ ” ଅନୁଷ୍ଠିତ ।
ପୁରୀ – ୦୬/୦୨ – ପୁରୀ ସଦର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ” ମିଲେଞ୍ଜ -୨୦୨୬ ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୋତ୍ସବରେ ପୁରୀ ସଦର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବର୍ତ୍ତମାନ ସମୟରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।


ମୁଖ୍ୟବକ୍ତା ଭାବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୁର୍ଗାମାଧବ ନନ୍ଦ, ସ୍ଵତନ୍ତ୍ର ଅତିଥି ଭାବେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ ଆଶୁତୋଷ ମଲ୍ଲିକ ଯୋଗ ଦେଇଥିଲେ କହିଲେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ସହ ଉତ୍ତମ ଚରିତ୍ର ଗଠନ ଏବଂ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା

Leave a Reply

Your email address will not be published. Required fields are marked *